୨୪ ଘଣ୍ଟାରେ ଦୁର୍ବଳ ହେବ ଲଘୁଚାପ

Pradeep Kar

ଭୁବନେଶ୍ୱର, ୧୮ା୭(ବନ୍ଦନା ସେଠୀ): ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଗାଙ୍ଗେୟ ପଶ୍ଚିମବଙ୍ଗ ସଂଲଗ୍ନ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା ପାଖାପାଖି ସମୁଦ୍ରପତ୍ତନଠାରୁ ୫.୮ କି.ମି. ପର୍ଯ୍ୟନ୍ତ ବିସ୍ତାରିତ ହୋଇରହିଛି। ଏହାର ପ୍ରଭାବରେ ୩ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଏବଂ କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇପାରେ।ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପଟି ଦୁର୍ବଳ ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି କହିଛନ୍ତି। ଶନିବାର ସାରା ରାଜ୍ୟରେ ବର୍ଷା ହେବାକୁ ଥିବାବେଳେ ସୁନ୍ଦରଗଡ଼, ବରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା ଏବଂ ବଲାଙ୍ଗୀର ଜିଲାରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ରବିବାର ବେଳକୁ ବର୍ଷା କମିବ ଏବଂ କେବଳ କେନ୍ଦୁଝର ଓ ମୟୂରଭଞ୍ଜ ଜିଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।ଅପରପକ୍ଷେ ଜୁନ୍‌ ୧ରୁ ଜୁଲାଇ ୧୭ ମଧ୍ୟରେ ରାଜ୍ୟରେ ମୋଟ୍‌ ୪୪୬.୯ ମି.ମି. ବର୍ଷା ହୋଇଛି, ଯାହା ସ୍ବାଭାବିକଠାରୁ ୧୭%ରୁ ଅଧିକ। ଢେଙ୍କାନାଳ, କେନ୍ଦ୍ରାପଡ଼ା, ବୌଦ୍ଧ, ସୋନପୁର, କନ୍ଧମାଳ ଏବଂ ବଲାଙ୍ଗୀର ଜିଲାରେ ଅତ୍ୟଧିକ ବର୍ଷା ରେକର୍ଡ କରାଯାଇଛି। ଦେବଗଡ଼, କଳାହାଣ୍ଡି, ଗଜପତି, ନବରଙ୍ଗପୁର ଏବଂ ମାଲକାନଗିରିରେ ଅଭାବୀ ବର୍ଷା ହୋଇଛି।

Also Read

Tags