ଏକାସାଙ୍ଗରେ ହେବ ପଞ୍ଚାୟତ ଓ ପୌର ନିର୍ବାଚନ; ମାର୍ଚ୍ଚରେ ବିଜ୍ଞପ୍ତି, ଏପ୍ରିଲ-ମେ’ରେ ଭୋଟ୍

Pradeep Kar

ରାଜ୍ୟରେ ଏକାସାଙ୍ଗରେ ହେବ ପଞ୍ଚାୟତ ଓ ପୌର ନିର୍ବାଚନ । ଏନେଇ ରାଜ୍ୟ ନିର୍ବାଚନ ଆୟୋଗ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆୟୋଗଙ୍କ ସୂଚନା ଅନୁସାରେ, ନିର୍ବାଚନ ପାଇଁ ମାର୍ଚ୍ଚ ମାସରେ ବିଜ୍ଞପ୍ତି ପ୍ରକାଶ ପାଇବ। ଏପ୍ରିଲ କିମ୍ବା ମେ’ ମାସରେ ଭୋଟ୍ ଗ୍ରହଣ ପ୍ରକ୍ରିୟା ହେବ।ଏନେଇ ପୌରାଞ୍ଚଳ ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି।ରାଜ୍ୟରେ ବର୍ତ୍ତମାନ ୧୨ ହଜାର EVM ଥିବାବେଳେ ଆଉ ୬ ହଜାର ନୂଆ EVM ଅର୍ଡର କରାଯାଇଛି। ସଂରକ୍ଷଣ ତାଲିକା ପରେ ହେବ ଡୋର୍-ଟୁ-ଡୋର୍ ସର୍ଭେ । ଏନଏସିରେ ପ୍ରତ୍ୟେକ ୱାର୍ଡ ପାଇଁ ଗୋଟିଏ ଲେଖାଏଁ ମତଦାନ କେନ୍ଦ୍ର ରହିବ।ସେହିପରି ଆସନ୍ତା ଅକ୍ଟୋବରରୁ ଭୋଟର ତାଲିକା ସଂଶୋଧନ କାମ ଆରମ୍ଭ ହେବ। ରାଜ୍ୟର ୧୪୩ଟି ପୌରସଂସ୍ଥା, ଏନଏସି ଓ ମହାନଗର ନିଗମରେ ନିର୍ବାଚନ ହେବ।

Also Read

Tags