ବିଦ୍ୟାଳୟ ପରିଚାଳନା କମିଟି ଗଠନ

Pradeep Kar

ବ୍ରହ୍ମପୁର, ବ୍ରହ୍ମପୁର-୨ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୨୦୨୬-୨୦୨୮ କାର୍ଯ୍ୟକାଳ ପାଇଁ ବିଦ୍ୟାଳୟ ପରିଚାଳନା କମିଟି (ଏସ୍‌ଏମ୍‌ସି) ଗଠନ ସଭା ଶୁକ୍ରବାର ଅନୁଷ୍ଠିତ ହୋଇଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବିରଜା ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ସଭାରେ ବହୁ ସଂଖ୍ୟକ ଅଭିଭାବକ ଯୋଗଦେଇ ବିଦ୍ୟାଳୟର ଶିକ୍ଷାଗତ ଉନ୍ନତି, ପରିଚାଳନା ଓ ସାମଗ୍ରିକ ବିକାଶ ସମ୍ପର୍କରେ ମତବିନିମୟ କରିଥିଲେ।ସଭା ପରିଚାଳନାରେ ଶିକ୍ଷୟିତ୍ରୀ ଶ୍ରୀମତୀ ଶିବାନୀ ଦାସ, ଶ୍ରୀ ବାଳକୃଷ୍ଣ ଗୌଡ଼, ଶ୍ରୀମତୀ କେ. ଉଷାରାଣୀ ଏବଂ ଶ୍ରୀ ମନୋଜ କୁମାର ପ୍ରଧାନ ସହଯୋଗ କରିଥିଲେ। ସର୍ବସମ୍ମତିକ୍ରମେ ଶ୍ରୀ ଅନିଲ କୁମାର ଚୌଧୁରୀଙ୍କୁ ଏସ୍‌ଏମ୍‌ସି ସଭାପତି ଏବଂ ଶ୍ରୀମତୀ ଏସ୍‌. ଆଶାରାଣୀଙ୍କୁ ଉପସଭାପତି ଭାବେ ମନୋନୀତ କରାଯାଇଥିଲା। ଏହାସହ ୧୮ ଜଣ ସଦସ୍ୟଙ୍କୁ ନେଇ ୨୦୨୬-୨୦୨୮ କାର୍ଯ୍ୟକାଳ ପାଇଁ ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ କରାଯାଇଛି। ନବଗଠିତ କମିଟି ବିଦ୍ୟାଳୟର ସର୍ବାଙ୍ଗୀଣ ବିକାଶ, ଛାତ୍ରୀମାନଙ୍କ ଶିକ୍ଷାର ଗୁଣାତ୍ମକ ଉନ୍ନତି ଏବଂ ଅଭିଭାବକ-ବିଦ୍ୟାଳୟ ମଧ୍ୟରେ ସମନ୍ୱୟ ରକ୍ଷା ଦିଗରେ କାର୍ଯ୍ୟ କରିବ ବୋଲି ଆଶା ପ୍ରକାଶ କରାଯାଇଛି।

Also Read

Tags