ବ୍ରହ୍ମପୁର /:ଆସିକା ବ୍ଲକ କାଳଷଣ୍ଢପୁର ସ୍ଥିତ ଦଣ୍ଡକାଳୀ ମନ୍ଦିର କଲ୍ୟାଣ ମଣ୍ଡପରେ ଧରାକୋଟ, ଖାଲସl ତାଲୁକା ପକ୍ଷରୁ ଗଞ୍ଜାମ ଜିଲ୍ଲା ଷୋହଳ ଖଣ୍ଡ ଗୋପାଳ ସମାଜର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l କୂଳଦୀପ ପ୍ରଜ୍ବଳନ ଓ ବିଭୁ ବନ୍ଦନା କାରଯିବା ପରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ପୂର୍ବତନ ଜିଲ୍ଲା ସଭାପତି ନନ୍ଦ କିଶୋର ମାହାଙ୍କୁଡ ଙ୍କ ସଭାପତିତ୍ୱ ରେ ଆୟୋଜିତ ସାଧାରଣ ବୈଠକ ରେ ଜିଲ୍ଲା ର ତେଇଶି ଗୋଟି ତାଲୁକା ର ମୁଖ୍ୟ କର୍ମକର୍ତା ମାନେ ଯୋଗ ଦେଇ ଜିଲ୍ଲା ସଂଗଠନ କୁ ସୃଦୁଢ କରିବା ସାଙ୍ଗକୁ ବାଲ୍ୟ ବିବାହ ଉଛେଦ, ଯୌତୁକ ପ୍ରଥା ନିଷେଧ, ଏବଂ ଶିକ୍ଷା ଓ ସ୍ୱାସ୍ଥ୍ୟ ଦିଗରେ ବିଶେଷ ଧ୍ୟାନ ଦେବା ପାଇଁ ଗୁରୁତ୍ୱ ଦେବାକୁ ପ୍ରାଧାନ୍ୟ ଦିଆ ଯାଇଥିଲା l ସେହିଭଳି ଗରିବ ଓ ଅସହାୟ ମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେବା ଏବଂ ଜିଲ୍ଲା ର ବିଭିନ୍ନ ତାଲୁକା ରେ ଉପୁଜୁଥିବା ସାମାଜିକ ସମସ୍ୟା ଓ ତାର ସମାଧାନ ଦିଗରେ ତପ୍ତରତା ଦେଖାଇବାକୁ ପ୍ରସ୍ତାବ ଦିଆ ଯାଇଥିଲା l ଉପରୋକ୍ତ ବିଷୟ ବସ୍ତୁ ଉପରେ ବିଚାର ବିମର୍ଶ ଓ ଆଲୋଚନା ପରେ ପ୍ରସ୍ତାବରେ ମୋହର ବାଜିଥିଲା l ସମାଜର ଆୟ ବ୍ୟୟ ହିସାବ ପଠନ କରାଯାଇଥିଲା ବିଭିନ୍ନ ତାଲୁକା ରୁ ଆସିଥିବା ମୁଖ୍ୟ କର୍ମକର୍ତା ମାନଙ୍କୁ ସନମାନିତ କରାଯାଇଥିଲା ଏହି ଅବସରରେ ନିର୍ବାଚନ ଅଧିକାରୀ ଭାବେ ଶ୍ରୀ ଉଲ୍ଲାସ ଗୌଡ଼ ସହ ନିର୍ବାଚନ ଅଧିକାରୀ ଭାବେ ଶ୍ରୀ କୈଳାଶ ଗୌଡ଼ ଓ ପର୍ଯ୍ୟକ୍ଷକ ଭାବେ ରମେଶ କୁମାର ମହାଙ୍କୁଡ଼ ଙ୍କ ପୌରହିତ ରେ ଜିଲ୍ଲା ସ୍ତରୀୟ କର୍ମକର୍ତା ନିର୍ବାଚନ କାର୍ଯ୍ୟକ୍ରମ ଆରମ୍ଭ ହୋଇ ନାମାଙ୍କନ ପ୍ରସ୍ତାବ ହୋଇଥିଲା।ଆଗତ ନାମ ତାଲିକାକୁ ସର୍ବସମ୍ମତି ପ୍ରକାରେ ଅନୁମୋଦନ କରାଯାଇଥିଲା। ସଭାପତି ଭାବେ ସର୍ବଶ୍ରୀ ଅରୁଣ କୁମାର ଗୌଡ଼, କାର୍ଯ୍ୟକାରୀ ସଭାପତି ନାରାୟଣ ମହାଙ୍କୁଡ଼,ଉପସଭାପତି ଧୋବା ଗୌଡ଼, ପିତାମ୍ବର ଗୌଡ଼,ଓ ନରସିଂହ ଗୌଡ଼,ସମ୍ପାଦକ ପର୍ଶୁରାମ ଗୌଡ଼, ସହ ସମ୍ପାଦକ ଶତ୍ରୁଘ୍ନ ଗୌଡ଼,ସାରଥୀ ଗୌଡ଼,ଇନ୍ଦ୍ରମଣି ଗୌଡ଼,କୋଷାଧ୍ୟକ୍ଷ ବିଜୟ କୁମାର ଗୌଡ଼ ମନୋନୀତ ହୋଇଥିବା ବେଳେ ଉକ୍ତ କମିଟି ରେ ଅତିରିକ୍ତ ସଦସ୍ୟ ଭାବେ କାମେଶ୍ୱର ଗୌଡ଼ (ସମୀକ୍ଷକ ), ଆଇନ ପରାମର୍ଶ ଦାତା ଗଣେଶ ମାହାଙ୍କୁଡ, ଆନ୍ଧ୍ର ଓଡିଶା କୋଡିନେଟର ଭାବରେ କୋରା ଗୌଡ଼ ପ୍ରମୁଖ ନିଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି l ଏବଂ ମୁଖ୍ୟ ଉପଦେଷ୍ଟା ଭାବରେ ଶ୍ରୀ ନନ୍ଦ କିଶୋର ମହାଙ୍କୁଡ ଙ୍କୁ ଚୟନ କରାଯାଇଥିଲା ସଭାରେ ନବନିର୍ବାଚିତ ସଭାପତି ଙ୍କ ଦ୍ୱାରା ଗଞ୍ଜାମ ଜିଲ୍ଲାର ସମସ୍ତ ତାଳୁକାର ତାଲୁକା କର୍ମକର୍ତା ଓ ବିଶିଷ୍ଠ ବ୍ୟକ୍ତି ଙ୍କୁ ନେଇ ନିର୍ବାଚନ ପରିଚାଳନା ଓ ବିଭିର୍ଣ୍ଣ ମଣ୍ଡଳୀ ଶୀଘ୍ର ଗଠନ କରାଯିବ। ନବନିର୍ବାଚିତ ସଦସ୍ୟ ମାନଙ୍କୁ ଉଲ୍ଲାସ ଗୌଡ଼ ଶପଥ ପାଠ କରାଇଥିବା ବେଳେ ନାରାୟଣ ମହାଙ୍କୁଡ଼ ଧନ୍ୟବାଦ ଦେଇ ଥିଲେ ଏବଂ ସଭା ସାଙ୍ଗ ହୋଇ ଥିଲା। ଅନ୍ୟମାନଙ୍କ ମଧ୍ୟରେ ଡ଼ମ୍ଭୁରୁ ଗୌଡ଼, କରନାଲ ରାମ ଚନ୍ଦ୍ର ଗୌଡ଼, ଧୋବା ଗୌଡ଼, ବୃନ୍ଦାବନ ଗୌଡ଼, କାମରାଜୂ ଗୌଡ଼, ଗୋବିନ୍ଦ ଗୌଡ଼, ସୁରେନ୍ଦ୍ର ଗୌଡ଼, ରାଜେନ୍ଦ୍ର ଗୌଡ଼, ପୁର୍ଣ ଚନ୍ଦ୍ର ଗୌଡ଼, ଆଦିକନ୍ଦ ଗୌଡ଼, ଭବାନୀ ଶଙ୍କର ଗୌଡ଼, ସିମାଞ୍ଚଳ ଗୌଡ଼, , ରଘୁନାଥ ଗୌଡ଼, କ୍ଷେତ୍ର ଗୌଡ଼, ଶିବରାମ ଗୌଡ଼,ନିରାକାର ଗୌଡ଼, ତ୍ରିନାଥ ଗୌଡ଼ ଯୋଗ ଦେଇଥିଲେ।
ଗଞ୍ଜାମ ଜିଲ୍ଲା ଷୋହଳଖଣ୍ଡ ଗୋପାଳ ସମାଜ ର ଜିଲ୍ଲା ନିର୍ବାଚନ ଅନୁଷ୍ଠିତ





