୬୬ତମ ଓଡ଼ିଶା ରାଜ୍ୟ ଜୁନିୟର ଓ ସବ୍-ଜୁନିୟର ସନ୍ତରଣ ପ୍ରତିଯୋଗିତା

Pradeep Kar

ଭୁବନେଶ୍ୱର, : ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ ଆକ୍ୱାଟିକ୍ ସେଣ୍ଟରରେ ଆୟୋଜିତ ୬୬ତମ ଓଡ଼ିଶା ରାଜ୍ୟ ଜୁନିୟର ଓ ସବ୍-ଜୁନିୟର ସନ୍ତରଣ ପ୍ରତିଯୋଗିତା–୨୦୨୬ ରେ ବ୍ରହ୍ମପୁରର ଉଦୀୟମାନ ସନ୍ତରଣ ପ୍ରତିଭା ସ୍ତୁତି ସୁବୁଦ୍ଧି ଚମତ୍କାର ପ୍ରଦର୍ଶନ କରି ଗାର୍ଲ୍ସ–II (୧୩–୧୪ ବର୍ଷ) ବର୍ଗର ୨୦୦ ମିଟର ବଟରଫ୍ଲାଇ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ମହାତ୍ମା ଗାନ୍ଧୀ ଷ୍ଟାଡିୟମ, ବ୍ରହ୍ମପୁରରେ ନିୟମିତ ପ୍ରଶିକ୍ଷଣ ନେଉଥିବା ସ୍ତୁତିଙ୍କ ଏହି ସଫଳତା ତାଙ୍କର କଠିନ ପରିଶ୍ରମ, ନିଷ୍ଠା, ଶୃଙ୍ଖଳା ଓ ଅଦମ୍ୟ ଇଚ୍ଛାଶକ୍ତିର ପ୍ରତିଫଳନ। ଏହି ବିଜୟ ଗଞ୍ଜାମ ଜିଲ୍ଲା ଏବଂ ବ୍ରହ୍ମପୁର ପାଇଁ ଗର୍ବର ବିଷୟ ପାଲଟିଛି। ଜିଲ୍ଲା ଆକ୍ରାଟିକ୍ ସଂଘର ସମ୍ପାଦକ କେ. ମନୋଜ ପ୍ରଧାନ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କର ଉତ୍କଳ ଭବିଷ୍ୟତର କାମନା କରିଛନ୍ତି । ସ୍ତୁତିଙ୍କ ଏହି ସଫଳତା ପଛରେ ପ୍ରଶିକ୍ଷକ ଗଣେଶ ମହାରଣା ଏବଂ ସମଗ୍ର କୋଚିଂ ଟିମ୍‌ର ନିରନ୍ତର ପ୍ରୟାସ ଓ ସହଯୋଗ ଉଲ୍ଲେଖନୀୟ ରହିଛି। ଟିମ୍ ମ୍ୟାନେଜର ଆୟୁଶ୍ରୀ ସେଠୀ ସୁଚାରୁରୁପେ ପରିଚାଳନା ଭାର ତୁଲାଇଥିଲେ।ଭବିଷ୍ୟତରେ ସ୍ତୁତି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ଏବଂ ଭାରତ ପାଇଁ ଆହୁରି ଗୌରବ ଆଣିବେ ବୋଲି କୋଚ୍, କ୍ରୀଡ଼ାପ୍ରେମୀ, ଅଭିଭାବକ ଓ ସନ୍ତରଣ ମହଲ ଆଶା ପ୍ରକାଶ କରିଛନ୍ତି।

Also Read

Tags