ପୁରୀ, ୨୫ ଜୁଲାଇ ୨୦୨୬: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଅଂଶଗ୍ରହଣ କରୁଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କୁ ମାଗଣାରେ ଭୋଜନ ପ୍ରଦାନ କରିବା ଉଦ୍ଦେଶ୍ୟରେ, ଭାରତ ସରକାରଙ୍କ ପରମାଣୁ ଶକ୍ତି ବିଭାଗ ଅଧୀନରେ ଥିବା ଏକ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ—ଆଇଆରଇଏଲ୍ (ଇଣ୍ଡିଆ) ଲିମିଟେଡ୍ ପକ୍ଷରୁ ନିଜର କର୍ପୋରେଟ୍ ସାମାଜିକ ଉତ୍ତରଦାୟିତ୍ୱ (CSR) କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ପୁରୀ ବଡ଼ଦାଣ୍ଡଠାରେ ଏକ ‘ନିଃଶୁଳ୍କ ଅନ୍ନ ସେବା ଶିବିର’ ସ୍ଥାପନ କରାଯାଇଛି। ଏହି ଅନ୍ନ ସେବା ଶିବିର ୨୪ ଜୁଲାଇ ୨୦୨୬ ତାରିଖରେ ବାହୁଡ଼ା ଯାତ୍ରl ରେ ଅନୁଷ୍ଠିତ ହୋଇ ଯାଇଛି ଏବଂ ୨୫ ଜୁଲାଇ ୨୦୨୬ ତାରିଖରେ ସୁନାଭେଷ ସମୟରେ ଶ୍ରଦ୍ଧାଳୁମାନଙ୍କୁ ସେବା ପ୍ରଦାନ କରିବ। ଭାରତର ଅନ୍ୟତମ ବୃହତ୍ତମ ଧାର୍ମିକ ସମାଗମ ସମୟରେ ସମାଜର ସେବା ତଥା ତୀର୍ଥଯାତ୍ରୀମାନଙ୍କୁ ସହଯୋଗ କରିବା ଦିଗରେ ଆଇଆରଇଏଲ୍ର ନିଷ୍ଠା ଓ ପ୍ରତିବଦ୍ଧତାକୁ ଏହା ପ୍ରତିଫଳିତ କରୁଛି।ବାହୁଡ଼ା ଯାତ୍ରା ଅବସରରେ କମ୍ପାନୀର ବରିଷ୍ଠ ଅଧିକାରୀମାନଙ୍କ ସମେତ ଆଇଆରଇଏଲ୍ (ଇଣ୍ଡିଆ) ଲିମିଟେଡ୍ର (ସି.ଏମ୍.ଡି.) ଶ୍ରୀ ଶାରଦା ଭୂଷଣ ମହାନ୍ତି, ମହାପ୍ରବନ୍ଧକ ଓ ମୁଖ୍ୟ (ଆର୍.ଇ.ପି.ଏମ୍.) ଶ୍ରୀ ସୀମାଞ୍ଚଳ ଆଚାର୍ଯ୍ୟ ଏବଂ ଆଇ ଆର ଇ ଏଲ୍ ମୁଖ୍ୟ, (ଓସକମ୍), ଶ୍ରୀ ସି. ଭି. ଆର୍. ମୂର୍ତ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିଛନ୍ତି।ପବିତ୍ର ରଥଯାତ୍ରା ସମୟରେ ପୁରୀ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ମାନବିକ ସହାୟତା ପ୍ରଦାନ କରିବା ଦିଗରେ ଏହି ‘ନିଃଶୁଳ୍କ ଅନ୍ନ ସେବା ଶିବିର’ ସର୍ବସମାବେଶୀ ବିକାଶ ତଥା ସାମାଜିକ ଉତ୍ତରଦାୟିତ୍ୱ ପ୍ରତି ଆଇଆରଇଏଲ୍ର ଥିବା ପ୍ରତିବଦ୍ଧତାକୁ ପ୍ରତିପାଦିତ କରୁଛି। ଏହି ପ୍ରୟାସ ମାଧ୍ୟମରେ କମ୍ପାନୀ କରୁଣା, ସେବା ଏବଂ ସାମାଜିକ କଲ୍ୟାଣର ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ସହିତ ତୀର୍ଥଯାତ୍ରୀମାନଙ୍କ ସୁଖ-ସ୍ୱାଚ୍ଛନ୍ଦ୍ୟ ଓ କଲ୍ୟାଣ ନିମନ୍ତେ ନିଜର ଅବଦାନ ରଖିବାକୁ ଲକ୍ଷ୍ୟ ରଖିଛି। ଦେଶର ଉଚ୍ଚ ମୂଲ୍ୟବୋଧ ଆଧାରରେ “ସେବା” ମନୋଭାବକୁ ବଜାୟ ରଖିବା ତଥା ସମ୍ପ୍ରଦାୟଗୁଡ଼ିକୁ ସହଯୋଗ କରୁଥିବା ଅର୍ଥପୂର୍ଣ୍ଣ ସିଏସ୍ଆର୍ (CSR) ପ୍ରୟାସ ମାଧ୍ୟମରେ ସମାଜ ଉପରେ ଏକ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବା ପାଇଁ ଆଇଆରଇଏଲ୍ (ଇଣ୍ଡିଆ) ଲିମିଟେଡ୍ ସର୍ବଦା ସଙ୍କଳ୍ପବଦ୍ଧ।
ଆଇଆରଇଏଲ୍ (ଇଣ୍ଡିଆ) ଲିମିଟେଡ୍ ପକ୍ଷରୁ ପୁରୀରେ ରଥଯାତ୍ରା ଶ୍ରଦ୍ଧାଳୁଙ୍କ ପାଇଁ ନିଃଶୁଳ୍କ ଅନ୍ନ ସେବା ଶିବିର ଆୟୋଜିତ





