ଖୋର୍ଦ୍ଦI, ତା ୨୫/୦୭/୨୦୨୬ ରିଖ ଶନିବାର ସକାଳ ୯ ଘଟିକା ସମୟରେ ପତିତପାବନ ଯୁବକ ସଂଘ ଆନୁକୂଲ୍ୟରେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର,ବେଗୁନିଆ ପରିସରରେ ବୃକ୍ଷ ରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଅଛି । ପତିତପାବନ ଯୁବକ ସଂଘ ର ସମ୍ପାଦକ ଶ୍ରୀଯୁକ୍ତ ଗଙ୍ଗାଧର ମାର୍ଥା ଙ୍କ ନେତୃତ୍ୱରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଉକ୍ତ ବିଦ୍ୟାଳୟରେ ସଫଳତାର ସହ ସମ୍ପାଦିତ ହୋଇଥିଲା ।ଏହା ପରେ ସଂଘ ର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନେ ଫ୍ଲାକ କାର୍ଡ ଧରି ଜନ ସାଧାରଣ ଙ୍କ ଉଦ୍ଦେଶ୍ୟରେ ସଚେତନତା ସୃଷ୍ଟି କରିଥିଲେ । ଶିଶୁ ବିଦ୍ୟାମନ୍ଦିର ର ଗୁରୁଜୀ ଗୁରୁମା ଙ୍କ ଉପସ୍ଥିତିରେ ଛାତ୍ର ଛାତ୍ରୀ ମାନଙ୍କ ସହ ଅତିଥି ମାନେ ଚାରା ରୋପଣ କରିଥିଲେ ।ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଅତିଥି ଭାବେ ବନରକ୍ଷୀ ଦୀପିକା ରାଣୀ ସିଂହ,ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ବିଜୟ କୁମାର ରଥ,ବେଗୁନିଆ ନୂଆସାହି ଜଗନ୍ନାଥ ମନ୍ଦିର ସଭାପତି ଦୀନବନ୍ଧୁ ଦାଶ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭାଗିରଥୀ ପରିଡ଼ା ,ଅବସର ପ୍ରାପ୍ତ ଅଧ୍ୟାପକ ଶ୍ରୀଯୁକ୍ତ କୁଞ୍ଜ ବିହାରୀ ପଣ୍ଡା,ଓ ସରକାରୀ ଉଚ୍ଚବିଦ୍ୟାଳୟ ଡିଙ୍ଗର ପ୍ରଧାନ ଶିକ୍ଷକ ତଥା ପତିତପାବନ ଯୁବକ ସଂଘ ର ଉପଦେଷ୍ଟା ଶ୍ରୀଯୁକ୍ତ ଦିବାକର ସାହୁ ଯୋଗଦେଇ ସାଫଲ୍ୟ ମଣ୍ଡିତ କରିଥିଲେ। ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଅନୁନ୍ୟ ୧୫୦ ରୁ ଉର୍ଦ୍ଧ ମୂଲ୍ୟ ବାନ ଚାରା ରୋପଣ କରାଯାଇଥିଲା । ଅଁଳା,ଲିମ୍ଭ,ବାହାଡ଼ା,ବଉଳକୋଳି, ପିସ୍ତା ବାଦାମ, କୃଷ୍ଣ ଚୂଡ଼ା,ଅର୍ଜୁନ,ଶିଶୁ,ସହ ଅନେକ ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା । ଛାତ୍ର ଛାତ୍ରୀ ମାନଙ୍କ ଗ୍ରହଣ ରେ ଅତିଥି ମାନେ ବୃକ୍ଷ ରୋପଣ ସହ ବୃକ୍ଷ ହିଁ ଜୀବନ ଶୀର୍ଷକ ବିଷୟ ବସ୍ତୁ ଉପରେ ଅଭିଭାଷଣ ରଖିଥିଲେ ପତିତପାବନ ଯୁବକ ସଂଘ ର ଉପସଭାପତି ବିଶ୍ୱରଞ୍ଜନ ଦାସ ସମ୍ପାଦକ ଗଙ୍ଗାଧର ମାର୍ଥା କୋଷାଧ୍ୟକ୍ଷ ଲକ୍ଷ୍ମୀଧର ସାହୁ ସଦସ୍ୟ ରବିନାରାୟଣ ଦଳେଇ,ସରୋଜ କୁମାର ମହାପାତ୍ର, ରାକେଶ କୁମାର ହରିଚନ୍ଦନ,ସତ୍ୟପ୍ରିୟ ମହାପାତ୍ର ,ପ୍ରଶାନ୍ତ ଜେନା ,ଦୀପକ କୁମାର ସାହୁ ଓ ଅନ୍ୟ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ଉପଦେଷ୍ଟା ଦିବାକର ସାହୁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।
ପତିତପାବନ ଯୁବକ ସଂଘ ଆନୁକୂଲ୍ୟରେ ବୃକ୍ଷ ରୋପଣ କାର୍ଯକ୍ରମ ଅନୁଷ୍ଠିତ





