ରାସ୍ତାର ଦୁଇ ପାର୍ଶ୍ୱରେ ଗାଡି ବିପଦରେ ଯାତାୟାତ

Pradeep Kar

ରାଇଘର ତା -୨୧/୦୯ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଗଞ୍ଜାପାରା ଠାରେ ଥିବା ହିନ୍ଦୁସ୍ତାନ ପେଟ୍ରୋଲ ପୋମ୍ପ ଠାରେ ରାସ୍ତାର ଦୁଇ ପାର୍ଶ୍ୱରେ ବାର ଚକିଆ ଓ ଚଉଦ ଚକିଆ ନୀଳଗିରି ଟ୍ରକ ରଖି ଦେଉଥିବା ବେଳେ ଯାତାୟାତ ରେ ନାନା ପ୍ରକାର ଅସୁବିଧା ହେଉଛି ପୋମ୍ପ ମାଲିକ କିଛି ନକହିବା ଯୋଗୁଁ ଏହିଭଳିକି ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଦୁର୍ଘଟଣା ସ୍ଥଳରେ ହିଁ ପ୍ରାଣ ହରେଇଛନ୍ତି ପ୍ରତେକ ଦିନ ଏହି ରାସ୍ତା ଦେଇ ଛତିଶଗଡ ରାଇପୁର, ଧମତରୀ, କୁନ୍ଦେଇ, ହାଟଭରଣ୍ଡୀ ଯୋଡ଼େଙ୍ଗା, ନବରଙ୍ଗପୁର ଅଭିମୁଖେ ଶହ ଶହ ସାଧାରଣ ଲୋକ ଯିବା ଆସିବା କରୁଛନ୍ତି। ରାସ୍ତା ଉପରେ ଏପରି ଗାଡି ରଖିବା ଯୋଗୁଁ ବିପରୀତ ଦିଗରୁ ଗାଡି ଆସିବା ଯିବା ଦେଖା ଯାଉନାହିଁ ଅନେକ ଗାଡି ପୋମ୍ପରୁ ତେଲ ପକେଇକି ହଟାତ ବାହାରି ଆସନ୍ତି ଯାହା ଫଳରେ ଅନେକ ସମୟରେ ଭାରସାମ୍ୟ ହରେଇ ଅନେକ ଦୁର୍ଘଟଣା ମଧ୍ୟ ଘଟୁଛି ଏକ ଛୋଟ ଅସାବଧାନତା କାରଣରୁ ମଣିଷ ଜୀବନର ମୂଲ୍ୟ ହୀନ ହେଇଯାଉଛି ଏହାକୁ ଉପରେ ନଜର ପକେଇ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Also Read

Tags