ଗଭୀର ଅବପାତ ପାଇଁ କଳାହାଣ୍ଡି ପ୍ରଶାସନ ସଜାଗ

Pradeep Kar

କଳାହାଣ୍ଡି, 24-09-2026 ଗଭୀର ଅବପାତ ଆଶଙ୍କାରେ ସଜାଗ କଳାହାଣ୍ଡି ପ୍ରଶାସନ । ଦକ୍ଷିଣ ଓଡ଼ିଶାର ଜିଲ୍ଲାପାଳମାନଙ୍କ ସହ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ପରେ କଳାହାଣ୍ଡିରେ ମଧ୍ୟ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଜିଲ୍ଲାସ୍ତରୀୟ ଅଧିକାରୀ, ବିଡିଓ ଓ ତହସିଲଦାରଙ୍କ ସହ ବୈଠକ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି । ବର୍ଷା ଓ ସମ୍ଭାବ୍ୟ ବନ୍ୟାକୁ ନଜରରେ ରଖି ବ୍ଲକ ଓ ପଞ୍ଚାୟତସ୍ତରରେ ଚୁଡ଼ା, ଚାଉଳ ଭଳି ଆବଶ୍ୟକ ଖାଦ୍ୟ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସହରାଞ୍ଚଳରେ ଡ୍ରେନ୍ ସଫେଇ ସହ ଅଗ୍ନିଶମ ଓ ବିଦ୍ୟୁତ୍ ବିଭାଗକୁ ମଧ୍ୟ ଆଲର୍ଟରେ ରଖାଯାଇଛି ଥୁଆମୂଳ ରାମପୁର, ଏମ୍. ରାମପୁର, କୋକସରା ଓ ଲାଞ୍ଜିଗଡ଼ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କାକୁ ନେଇ ସ୍ୱତନ୍ତ୍ର ସତର୍କତା ଅବଲମ୍ବନ କରାଯାଇଛି । ୨୮ଟି ସାମୟିକ ଆଶ୍ରୟସ୍ଥଳ ଓ ୧୩ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍‌କୁ ପ୍ରସ୍ତୁତ ରଖାଯାଇଛି ।ସମସ୍ତ ବ୍ଲକ ଓ ତହସିଲରେ କଣ୍ଟ୍ରୋଲ ରୁମ୍ ସହ ଜିଲ୍ଲା ଜରୁରୀକାଳୀନ କଣ୍ଟ୍ରୋଲ ରୁମ୍ ୨୪ ଘଣ୍ଟା କାର୍ଯ୍ୟକ୍ଷମ ରହିବ । ମତ୍ସ୍ୟଜୀବୀ ଓ ସାଧାରଣ ଲୋକଙ୍କୁ ନଦୀକୁ ନଯିବା ପାଇଁ ସଚେତନ କରାଯିବ । ଏଥିସହ ସମସ୍ତେ ସଜାଗ ରହିବା ସହ ପ୍ରଶାସନର ପରାମର୍ଶ ଓ ନିର୍ଦ୍ଦେଶ ମାନିବାକୁ ଜିଲ୍ଲାପାଳ ଅପିଲ୍ କରିଛନ୍ତି ।

Also Read

Tags