ବର୍ଷା ରେ ଭିଜି ଭିଜି ଜଗବନ୍ଧୁ ମାଝୀଙ୍କ ଶ୍ରାଦ୍ଧ ଦିବସ ପାଳିତ

Pradeep Kar

ରାଇଘର , ୨୪/୯ ନବରଙ୍ଗପୁର ଜିଲ୍ଲା ବ୍ଲକର ଗୋନାଠାରେ ଆଜି ପୂର୍ବତନ ବିଧାୟକ ସ୍ବର୍ଗତ ଜଗବନ୍ଧୁ ମାଝୀଙ୍କ ୧୬ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ପୂର୍ବତନ ରମେଶ ଚନ୍ଦ୍ର ମାଝୀ ଯୋଗଦେଇଥିଲେ। ପ୍ରଥମେ ପୂର୍ବତନ ବିଧାୟକ ସହିଦ ଜଗବନ୍ଧୁ ମାଝୀ ଓ ତାଙ୍କ ଅଙ୍ଗରକ୍ଷୀ ସହିଦ ପିଙ୍କୁ ପାତ୍ରଙ୍କ ସହିଦ ସ୍ମୃତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାପରେ ଆୟୋଜିତ ସଭାରେ ପୂର୍ବତନ ବିଧାୟକ ତଥା ରାଇଘର ବିଜେଡିର ବ୍ଲକ ସଭାପତି ସୁବାଷ ଗଣ୍ଡ ମଞ୍ଚ ପରିଚାଳନା କରିଥିଲେ। ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷ ଗୁପ୍ତ ପ୍ରସାଦ ଝାଙ୍କର , ପୂର୍ବତନ ଅଧ୍ୟକ୍ଷା ନବୀନା ନାୟକ, ଜିଲ୍ଲା ପରିଷଦ ସଭ୍ୟ ଯତୀନ୍ଦ୍ର ନାଥ ଗଣ୍ଡ,ଖଗେଶ୍ୱର ହରିଜନ ସମେତ ବିଜେଡି ସମର୍ଥିତ ସମିତିସଭ୍ୟ ଏବଂ ସରପଞ୍ଚମାନେ ଓ ବହୁ ବରିଷ୍ଟ ବିଜେଡି ନେତା କର୍ମୀ ଉପସ୍ଥିତ ଥିଲେ। ପ୍ରକାଶ ଥାଉକି ୨୦୧୧ ମସିହା ସେପ୍ଟେମ୍ବର ୨୪ ତାରିଖ ଦିନ ଗୋନା ହାଟପଦାରେ ଏକ ଜଙ୍ଗଲ ଜମି ପଟା ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା । ଅବସରରେ ଦୁଇ ଜଣ ଆତତାୟୀ ଙ୍କ ଗୁଳିରେ ସ୍ବର୍ଗତ ମାଝୀ ପ୍ରାଣ ହରେଇଥିଲେ ଏଥିସହ ଅଙ୍ଗରକ୍ଷୀ ପ୍ରଶାନ୍ତ ପାତ୍ର ମଧ୍ୟ ପ୍ରାଣ ହରାଇଥିଲେ ତେଣୁ ଏହି ଶ୍ରାଦ୍ଧ ଦିବସକୁ ବିଜେଡି ସହିଦ ଦିବସ ଭାବେ ପାଳନ କୋରିଆସୁଛି I

Also Read

Tags