ରାଜନୈତିକ ଓ ପୁଞ୍ଜିପତିଙ୍କ ଶୋଷଣରେ ହସ୍ତତନ୍ତ ଶିଳ୍ପ କିପରି ଲୁଣ୍ଠିତ ହେଉଛି, ବୁଣାକାର ନିଜର ପ୍ରକୃତ ମୂଲ୍ୟ ନପାଇ କିପରି ହରାଇଯାଉଛି ଏବଂ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ତା’ର ସଂଘର୍ଷ ଜାରି ରଖିଛି । ଏଭଳି କିଛି ବଳିଷ୍ଠ ବାର୍ତ୍ତାକୁ ନେଇ ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନରେ ରବିବାର ମଂଚସ୍ଥ ହୋଇଛି ନାଟକ “ପଶାପାଲି” । ଜାତୀୟ ପର୍ଯ୍ୟଟନ ମହୋତ୍ସବ ଓ ଲୋକକଳା ସମାରୋହର ଦ୍ଵିତୀୟ ସନ୍ଧ୍ୟାରେ ଭୁବନେଶ୍ୱର ପଞ୍ଚଧ୍ୱନି ନାଟ୍ୟ ପରିଷଦ ତରଫରୁ ପଞ୍ଚାନନ ଦାସଙ୍କ ରଚିତ ଓ କରୁଣାକର ସାମଲଙ୍କ ନିର୍ଦ୍ଦେଶିତ ଏହି ନାଟକ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଦ୍ଵିତୀୟ ସନ୍ଧ୍ୟାରେ ଅନୁଷ୍ଠାନର ସଭାପତି ଇଂ.ଉମାଶଙ୍କର ପାଣିଗ୍ରାହୀଙ୍କ ପୌରହିତ୍ୟରେ ଆୟୋଜିତ ସାଧାରଣ ସଭାରେ ସୀମାନ୍ତ ନଟରାଜ ଡା.ତିରୁପତି ସାହୁ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସମ୍ପାଦକ ନାରାୟଣ ମହାଙ୍କୁଡ଼,ଭବାନୀ ଶଙ୍କର ମିଶ୍ର,ଇଂ.ଦୀପକ ରାଓ,କାଳିଚରଣ ସାହୁ,ଅନିଲ ପାତ୍ର, ରବିନାରାୟଣ ବେହେରା,ସୁନୀଲ ପଟ୍ଟନାୟକ ପ୍ରମୂଖ ଅତିଥି ଭାବେ ମଞ୍ଚରେ ଉପସ୍ଥିତ ଥିଲେ । ସଭା କାର୍ଯ୍ୟ ପରିଚାଳନା ରାଜଗୋପାଳ ପାଢ଼ୀ କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସାଗରିକା ଆଚାର୍ଯ୍ୟ ସଂଯୋଜନା କରିଥିଲେ । କୈଳାସ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ଅପରାହ୍ନରେ କ୍ରିଷ୍ଣା ଡିକେ ତରଫରୁ ଚଳଚ୍ଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ଦିନ ତମାମ ବରିଷ୍ଠ କଳାକାର ସଂଘ ସହଯୋଗରେ ଲୋକନୃତ୍ୟ ପରିବେଷଣ ହୋଇଥିଲା । ଦୁର୍ଗା ପ୍ରସାଦ ଆଚାର୍ଯ୍ୟ,ସୁନୀଲ ସ୍ୱାଇଁ,କାର୍ତ୍ତିକ ପାଣିଗ୍ରାହୀ,କୈଳାସ ପାଣିଗ୍ରାହୀ,ସରୋଜ ପଣ୍ଡା,ମୀନା ଦାସ,ଭି.ଚନ୍ଦ୍ରକଳା ଓ ମିନତା ମହାନ୍ତି ପ୍ରମୂଖ କାର୍ଯ୍ୟକ୍ରମ ପରିଚାଳନାରେ ବିଶେଷ ସହଯୋଗ କରିଥିଲେ ।
ପଶାପାଲି’ କେବଳ ଏକ ବସ୍ତ୍ର ନୁହେଁ, ଏହା ଲୋକକଳା ଓ ବୁଣାକାରଙ୍କ ଜୀବନର ପ୍ରତୀକ





