ଗଞ୍ଜାମ ବନ୍ୟା ପରିସ୍ଥିତି ସମ୍ପର୍କରେ ଜିଲ୍ଲପାଳ ଙ୍କ ଠାରୁ ପଚାରି ବୁଝିଲେ ନବୀନ ପଟ୍ଟନାୟକ

Pradeep Kar

ଭୁବନେଶ୍ୱର, 30 /10 /26 ବିରୋଧୀଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି ଟେଲିଫୋନ ଯୋଗେ ଗଞ୍ଜାମ ଜିଲ୍ଲାପାଳ ଙ୍କ ଠାରୁ ହିଞ୍ଜିଳି ଓ ଶେରଗଡ଼ ସମେତ ସମଗ୍ର ଜିଲ୍ଳା ର ବନ୍ୟା ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ। ବିପନ୍ନ ଲୋକଙ୍କ ଉଦ୍ଧାର ଓ ରିଲିଫ ସମ୍ପର୍କରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ,ଜିଲ୍ଲପାଳ ବିରୋଧୀଦଳ ନେତାଙ୍କୁ ଅବଗତ କରିଥିଲେ। ଅର୍ଣ୍ଣବ ବାତ୍ୟା ଜନିତ ଏହି ଅଭୁତପୁର୍ବ ବନ୍ୟା ଯୋଗୁଁ ଗଞ୍ଜାମ ବାସୀ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହୋଇଛନ୍ତି। ଏଥିପାଇଁ ଶ୍ରୀ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ବିପନ୍ନ ଲୋକଙ୍କ ନିକଟରେ ତୁରନ୍ତ ଆବଶ୍ୟକ ରିଲିଫ ଓ ଅନ୍ୟ ସହାୟତା ଯୋଗାଇ ଦେବା ପାଇଁ ପରାମର୍ଶ ଦେଇଛନ୍ତି।ଗଞ୍ଜାମ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ , ବିରୋଧୀ ଦଳ ର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ଦଳ କୁ ଗଞ୍ଜାମ ପଠାଇଛନ୍ତି । ଏହି ପ୍ରତିନିଧି ଦଳ ରେ ଶ୍ରୀ ପ୍ରତାପ ଜେନା, ଶ୍ରୀମତୀ ଟୁକୁନି ସାହୁ, ଶ୍ରୀ ବିକ୍ରମ ପଣ୍ଡା, Dr ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଶ୍ରୀ ଚନ୍ଦ୍ର ଶେଖର ସାହୁ, ଶ୍ରୀ ଭୃଗୁ ବକ୍ସି ପାତ୍ର ଶ୍ରୀ ଚିନ୍ମୟ ସାହୁ , ଶ୍ରୀମତୀ ରଂଜିତା ସାହୁ ଓ ଶ୍ରୀମତୀ ସଂଘମିତ୍ରା ଦଳେଇ ଯାଇ ଛନ୍ତି। ଏହି ପ୍ରତିନିଧି ଦଳ ଆଜି ଓ ଆସନ୍ତା କାଲି ଦୁଇ ଦିନ ଧରି ଗଞ୍ଜାମ ଗସ୍ତ କରି ବିପନ୍ନ ଲୋକଙ୍କୁ ଭେଟିଵା ସହ କ୍ଷୟକ୍ଷତି ଆକଳନ କରିବ । ରିଲିଫ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ RDC ଓ ଜିଲ୍ଲାପାଳ ଙ୍କ ସହ ଆଲୋଚନା କରିବ। ପରେ କମିଟି ବିରୋଧୀଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟି ତାର ରିପୋର୍ଟ ପ୍ରଦାନ କରିବ। ସେହିପରି ଲୋକଙ୍କ ଏହି ଦୁଃଖ ସମୟ ରେ ଲୋକଙ୍କ ସହ ରହିବା ଓ ସେମାନଙ୍କ ସେବା କରିବା ପାଇଁ ଶ୍ରୀ ପଟ୍ଟନାୟକ ବିଜେଡି କର୍ମୀ ମାନଙ୍କୁ ପରାମର୍ଶ ଦେଇଛନ୍ତି I

Also Read

Tags