ଏପ୍ରିଲରେ ପଞ୍ଚାୟତ, ମେ’ରେ ପୌର ନିର୍ବାଚନ! ଭୋଟ୍ ପାଇଁ ପ୍ରସ୍ତୁତି ଜୋରଦାର

Pradeep Kar

ଆସନ୍ତା ବର୍ଷ ଏପ୍ରିଲରେ ପଂଚାୟତ ନିର୍ବାଚନ ଏବଂ ମେ ସୁଦ୍ଧା ପୌର ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଲକ୍ଷ୍ୟ। ଏଥିପାଇଁ ସମସ୍ତ ପ୍ରକ୍ରିୟା ଜୋରସୋରରେ ଚାଲିଛି। ଆସନ୍ତା ଜାନୁଆରୀ ପହିଲାରେ ଚିଠା ଭୋଟର୍ ତାଲିକା ଏବଂ ଫେବ୍ରୁଆରୀ ୧୫ ତାରିଖ ସୁଦ୍ଧା ଚୂଡ଼ାନ୍ତ ଭୋଟର୍ ଲିଷ୍ଟ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଥିବା ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ମଧୁସୂଦନ ପାଢ଼ୀ। ଓଟିଭିକୁ ଏକ ଏକ୍ସକ୍ଳୁସିଭ୍ ସାକ୍ଷାତକାରରେ SEC କହିଛନ୍ତି, ନିର୍ବାଚନ ପୂର୍ବରୁ ଏକ ସ୍ବଚ୍ଛ ଓ ତ୍ରୁଟିଶୂନ୍ୟ ଭୋଟର୍ ତାଲିକା ପ୍ରସ୍ତୁତ ଲାଗି ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଡୋର୍ ଟୁ ଡୋର୍ ସର୍ଭେ ଜାରି ରହିଛି। ଯାହାକି ୭ ନଭେମ୍ବର ଯାଏଁ ଚାଲିବ।

Also Read

Tags