ଆଜି ବ୍ରହ୍ମପୁର ସ୍ଥିତ ମହାତ୍ମା ଗାନ୍ଧୀ ଷ୍ଟାଡିୟମରେ ଆୟୋଜିତ ପ୍ରଥମ ବ୍ରହ୍ମପୁର ବୁଲ୍ସ ଟ୍ରଫି କ୍ରିକେଟ ଟୁ୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି।ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ କେ ଅନୀଲ କୁମାର, ସମ୍ମାନୀୟ ଅତିଥି ଭାବେ ଅର୍ବାନ ବ୍ୟାଙ୍କ ସଭାପତି ଆର ମୂରଲୀ ମୋହନ, ମହାନଗର ନିଗମର କର୍ପୋରେଟର ଡି କରୁଣା କର,ପ୍ରଦୀପ ଶତପଥୀ, ତିରୁପତି ପାତ୍ର, ଟି କିଶୋର, ନୀଳକଣ୍ଠ ସାହୁ,ରଞ୍ଜିତ ବେହେରା, ଶୈଳେଶ ପାତ୍ର ଉପସ୍ଥିତ ରହି ଉଦଘାଟନ କରିଥିଲେ।ଏହି ଟୁର୍ଣ୍ଣାମେଣ୍ଟରେ ୧୨ଟି ଦଳ ଭାଗ ନେଇଥିବା ବେଳେ ୯ ଦିନ ଧରି ଚାଲିବ ଏହି ଟୁର୍ଣ୍ଣାମେଣ୍ଟ।ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ମ୍ୟାଚ ଲିଡ୍ସ ସ୍ପୋର୍ଟି କ୍ଲବ ବନାମ ରମ୍ଭା କ୍ରିକେଟ କ୍ଲବ ମଧ୍ୟରେ ହୋଇଥିଲା। ପ୍ରଥମ ଟସ୍ ଜିଣି ରମ୍ଭା କ୍ରିକେଟ କ୍ଲବ ବ୍ୟାଟିଂ ର ନିଷ୍ପତି ନେଇଥିବା ବେଳେ ୨୦ ଓଭରରେ ୪ ଟି ୱିକେଟ୍ ହରାଇ ମୋଟ ୨୩୦ ରନ୍ ସଂଗ୍ରହ କରିଥିବା ଉଭୟ ଦଳ ଲିଡ୍ସ ସ୍ପୋର୍ଟି କ୍ଲବ ମୋଟ ୭୮ ରନ୍ ସଂଗ୍ରହ କରି ପରାଜୟ ହୋଇଥିଲେ। ରମ୍ଭା କ୍ରିକେଟ କ୍ଲବ ଜିତିବା ସହ ଦଳର ରବି ରାଜ ମୋଟ ୫୬ ଗୋଟି ବଲ ରେ ୧୦୦ ରନ୍ ନଟଆଉଟ ଥିଲେ ତାଙ୍କୁ ମେନ୍ ଅଫ ଦ ମ୍ୟାଚ ଘୋଷଣା କରାଯାଇଥିଲା। ଏହି ମ୍ୟାଚ୍ କୁ ରଜନୀ କାନ୍ତ ରେଡ୍ଡୀ ଓ ଦିରେନ୍ ସାବତ ଅମ୍ପାଇର ରୂପେ ପରିଚାଳନା କରିଥିଲେ।
ବ୍ରହ୍ମପୁର ବୁଲ୍ସ କ୍ରିକେଟ ଟ୍ରଫି ଟୁ୍ଣ୍ଣାମେଣ୍ଟ ଉଦଘାଟିତ





