ସେମି ଫାଇନାଲରେ ଆଲଫା ସ୍ପୋର୍ଟି କ୍ଲବ*ବ୍ରହ୍ମପୁର ସ୍ଥିତ ମହାତ୍ମା ଗାନ୍ଧୀ ଷ୍ଟାଡିୟମରେ ଆୟୋଜିତ ପ୍ରଥମ ବ୍ରହ୍ମପୁର ବୁଲ୍ସ ଟ୍ରଫି କ୍ରିକେଟ ଟୁ୍ଣ୍ଣାମେଣ୍ଟ ତୃତୀୟ ଦିନରେ ଦୁଇଟି ମ୍ୟାଚ ଖେଳା ଯାଇଥିବା ବେଳେ ପ୍ରଥମ ମ୍ୟାଚ ଦିଗପହଣ୍ଡି କ୍ରିକେଟ କ୍ଲବ ବନାମ ଡିଫେନ୍ସ ଏକାଡେମୀ ସହ ମ୍ୟାଚ୍ ହୋଇଥିଲା। ଦିଗପହଣ୍ଡି କ୍ରିକେଟ କ୍ଲବ ପ୍ରଥମ ଟସ ଜିଣି ବ୍ୟାଟିଂ ର ନିଷ୍ପତି ନେଇଥିଲା। ୧୭ ଓଭର ରେ ୧୦ ଗୋଟି ୱିକେଟ ବିନିମୟ ରେ ୧୬୪ ରନ୍ ସଂଗ୍ରହ କରିଥିବା ବେଳେ ଡିଫେନ୍ସ ଏକାଡେମୀ ୧୮ ଓଭର ରେ ୯ ଗୋଟି ୱିକେଟ ବିନିମୟ ରେ ୧୫୧ ରନ୍ ସଂଗ୍ରହ କରିଥିଲା।ଦିଗପହଣ୍ଡି କ୍ରିକେଟ କ୍ଲବ ବିଜୟ ହାସଲ କରିଥିଲା। ଅତିଥି ରୂପେ ଗୋପାଳ କୃଷ୍ଣ ରେଡ୍ଡୀ ମେନ୍ ଅଫ ଦି ମ୍ୟାଚ ଅଶୋକ ସ୍ୱାଇଁ କୁ ପ୍ରଧାନ କରିଥିଲେ।ସେହି ପରି ଦ୍ୱିତୀୟ ମ୍ୟାଚ୍ ରେ ଆଲଫା ସ୍ପୋର୍ଟି କ୍ଲବ ବନାମ ରାମେଶ୍ୱର କ୍ରିକେଟ କ୍ଲବ ମ୍ୟାଚ୍ ହୋଇଥିଲା। ଆଲଫା ପ୍ରଥମ ଟସ ଜିଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ୨୦ ଓଭରେ ୧୮୬ ରନ୍ ସଂଗ୍ରହ କରିଥିଲା। ରାମେଶ୍ୱର ଦଳ ୧୦୫ ଅଲ୍ ଆଉଟ୍ ହୋଇ ପରାଜୟ ହୋଇଥିଲେ। ଅତିଥି ରୂପେ ବିଜୟ ଭାସ୍କର ସିଂ ସାମନ୍ତ କରକମଲେ ବିଜୟ ହୋଇଥିବା ଦଳ ଆଲଫା ସ୍ପୋର୍ଟି କ୍ଲବ ରାକେଶ ବିଶ୍ୱାଳ ଙ୍କୁ ମେନ୍ ଅଫ ଦି ମ୍ୟାଚ ପ୍ରଦାନ କରାଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ସେମି ଫାଇନାଲରେ ଆଲଫା ସହ ରମ୍ଭା କ୍ରିକେଟ ଦଳ ସହ ମ୍ୟାଚ୍ ହେବ। ଏହି ମ୍ୟାଚ କୁ ଦିରେନ ମିଶ୍ର, ସନ୍ତୋଷ କୁମାର ହୋତା, ସୁଭ୍ରାଂଶୁ କୁଜୁରୁ ଅମ୍ପାଇର ରୂପେ ପରିଚାଳନା କରିଥିଲେ।
ବ୍ରହ୍ମପୁର ସ୍ଥିତ ମହାତ୍ମା ଗାନ୍ଧୀ ଷ୍ଟାଡିୟମରେ ଆୟୋଜିତ ପ୍ରଥମ ବ୍ରହ୍ମପୁର ବୁଲ୍ସ ଟ୍ରଫି କ୍ରିକେଟ ଟୁ୍ଣ୍ଣାମେଣ୍ଟ





