୧ମ ବ୍ରହ୍ମପୁର ବୁଲ୍ସ ଟ୍ରଫି: ଫାଇନାଲରେ ଆଲଫା କ୍ରିକେଟ କ୍ଲବ ଧୂଆଁ ଧାର ବିଜୟ

Pradeep Kar

ବ୍ରହ୍ମପୁର ସ୍ଥିତ ମହାତ୍ମା ଗାନ୍ଧୀ ଷ୍ଟାଡିୟମରେ ଆୟୋଜିତ ପ୍ରଥମ ବ୍ରହ୍ମପୁର ବୁଲ୍ସ ଟ୍ରଫି କ୍ରିକେଟ ଟୁ୍ଣ୍ଣାମେଣ୍ଟ ଆଲଫା କ୍ରିକେଟ କ୍ଲବ ବିଜୟ ହାସଲ କରିଛି। ଫାଇନାଲ ମ୍ୟାଚରେ ଅକ୍ସଫୋର୍ଡ କ୍ରିକେଟ କ୍ଲବ ବନାମ ଆଲଫା କ୍ରିକେଟ କ୍ଲବ ସହ ମ୍ୟାଚ୍ ହୋଇଥିଲା।ଆଲଫା କ୍ରିକେଟ କ୍ଲବ ପ୍ରଥମ ଟସ ଜିଣି ବୋଲିଙ୍ଗର ନିଷ୍ପତି ନେଇଥିଲା। ଅକ୍ସଫୋର୍ଡ କ୍ରିକେଟ କ୍ଲବ ୧୮ ଓଭର ରେ ୭ ଗୋଟି ୱିକେଟ ବିନିମୟ ରେ ୧୩୮ ରନ୍ ସଂଗ୍ରହ କରିଥିବା ବେଳେ ଆଲଫା ଦଳ ୧୫ ଓଭରେ ୩ ଗୋଟି ୱିକେଟ ବିନିମୟ ରେ ୧୪୦ ରନ୍ ସଂଗ୍ରହ କରିଥିଲା। ଆଲଫା କ୍ରିକେଟ କ୍ଲବ ରାଜେଶ ପଟ୍ଟନାୟକ ଙ୍କ ଧୂଆଁ ଧାର ବ୍ୟାଟିଂ କରି ଟିମ୍ କୁ ବିଜୟ ହାସଲ କରାଇଥିଲେ।ଏହି ଫାଇନାଲ ମ୍ୟାଚରେ ଅତିଥି ରୂପେ ପୂର୍ବତନ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଅର୍ବାନ ବ୍ୟାଙ୍କ ସଭାପତି ଆର ମୂରଲୀ ମୋହନ, କର୍ପୋରେଟର ପ୍ରଦୀପ କୁମାର ଶତପଥୀ,ଟି କିଶୋର,ତିରୂପତି ପାତ୍ର, ରଞ୍ଜିତା ବେହେରା, ଯୋଗ ଦେଇ ୱିନରକୁ ଟ୍ରଫି ସହ ୩୦୦୦୦ ଆର୍ଥିକ ରାଶି ଓ ରନର ଟମ୍ କୁ ଟ୍ରଫି ସହ ୨୦୦୦୦ ଆର୍ଥିକ ରାଶି ପ୍ରଦାନ କରାଯାଇଥିଲା।ଏହି ଟୁର୍ଣ୍ଣାମେଣ୍ଟରେ ମେନ୍ ଅଫ ଦ ଶ୍ରିରିଜ୍ ଖାଲେକ୍ସୀ କ୍ଲବର ସାହିଲ କୁମାର, ଆଲଫା ଦଳ ର ମେନ୍ ଅଫ ଦ ମ୍ୟାଚ ରାଜେଶ ପଟ୍ଟନାୟକ,ବେଷ୍ଟ ୱିକେଟ୍ କିପର ଅକ୍ସଫୋର୍ଡ ଟିମ୍ ର ଶ୍ରୀକାନ୍ତ ପ୍ରଧାନଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା। ବ୍ରହ୍ମପୁର ବୁଲ୍ଲ ଟିମ୍ ର ଗୋପାଳ ରେଡ୍ଡୀ, ସଚିନ ବେହେରା, ସନ୍ତୋଷ କୁମାର ହୋତା,ରୋହିତ କୁମାର, ରବୀନ୍ଦ୍ର ଚୌଧୁରୀ,ଶ୍ୟାମ ସୁନ୍ଦର ନାୟକ, ସୁବ୍ରତ ପଟ୍ଟନାୟକ, ଗଣେଶ ହୋତା,ଏହି ଟୁର୍ଣ୍ଣାମେଣ୍ଟକୁ ସହଯୋଗ କରିଥିଲେ।

Also Read

Tags