ମାରୁତି ୱାକର୍ସ କ୍ଲବର ଗ୍ରୀଷ୍ମ କାଳୀନ ଯୋଗ ଶିବିର ଉଦଯାପିତ

Pradeep Kar

ବ୍ରହ୍ମପୁର : 2/5 ଆଜିର ଆଧୁନିକ ସମାଜରେ ବ୍ୟସ୍ତ ବହୁଳ ଜୀବନ ଚର୍ଯା ଭିତରେ ଶରୀରକୁ ସୁସ୍ଥ ରଖିବା କଷ୍ଟକର ହୋଇ ପଡିଛି I ନିଜ ଦେହର ଯତ୍ନ ରଖିବା କଷ୍ଟକର ହୋଇ ପଢୁଛି I ନିଜ ଦେହର ଯତ୍ନ ନେବା ପାଇଁ ସମୟ ମିଳୁ ନାହିଁ I କର୍ମମୟ ଜୀବନ ଭିତରେ ଖାଇବା ପିଇବା ମଧ୍ୟ ଠିକ ଭାବରେ ହୋଇ ପାରୁନାହିଁ I ଫଳରେ ଅଳ୍ପ ବୟସରେ ଲୋକଙ୍କୁ ବିଭିନ୍ନ ରୋଗ ଗ୍ରାସ କରୁଛି I ଏହି ରୋଗ ହେବାର ମୁଖ୍ୟ କାରଣ ହେଉଛି ମେଦବହୁଳତା I ତେଣୁ ମେଦ ହ୍ରାସ ହେବI ପାଇଁ ସକାଳୁ ଯୋଗ କରିବା ନିହାତି ଜରୁରୀ I ମାରୁତି ୱାକର୍ସ କ୍ଲବ ତରଫରୁ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ,ବ୍ରହ୍ମପୁର ଶାଖା ସହାୟତାରେ ସ୍ଥାନୀୟ ରାମଲିଙ୍ଗେଶ୍ୱର ପାର୍କ ଠାରେ ଦସ (10) ଦିନ ବ୍ୟାପି ଆୟୋଜିତ ଶିବିର ଉଦଯାପିତ ହୋଇଯାଇଛି I ଏହି ଅବସରରେ ବିବେକାନନ୍ଦ କେନ୍ଦ୍ରର ଭଞ୍ଜ ବିଭାଗ ପ୍ରମୁଖ ପ୍ରଫେସର ଗୋପାଳ କୃଷ୍ଣ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ବିବେକାନନ୍ଦ କେନ୍ଦ୍ର ର ନଗର ସଂଚାଳକ ପ୍ରଫେସର ତାରା ପ୍ରସାଦ ଦାସ,ନଗର ପ୍ରମୁଖ ଶ୍ରୀ କେଦାର ନାଥ ପଣ୍ଡା, କାର୍ଯ୍ୟ ପଦ୍ଧତି ପ୍ରମୁଖ ଜ୍ୟୋତିନ୍ଦ୍ର କୁମାର ସାହୁ , ଯୋଗ ପ୍ରମୁଖ ପରମାନନ୍ଦ ମହାରଣା ,ଯୋଗ ଦେଇଥିଲେ I ଶୁଭେନ୍ଦୁ ଭାଇ ଓ ଅଙ୍କିତ ଭାଇ ଯୋଗ ପ୍ରଦର୍ଶନ କରିଥିଲେ I ଏଥିରେ ଉପସ୍ଥିତ ଅତିଥି ମାନେ ଉଧବୋଧନ ଦେଇ ସମ୍ପ୍ରତି ସମାଜରେ ଏହିଭଳି କାର୍ଯ୍ୟକ୍ରମ ଗୁଡିକର ଆବଶ୍ୟକତା ରହିଛି ବୋଲି ମତ ଦେଇଥିଲେ I ଉକ୍ତ ଯୋଗ ଶିବିର ରେ ଶୀର୍ଷାସନ , ପବନମୁକ୍ତIସନ, ହସ୍ତପାଦଶନ,ବକରାସନ, ସବାସନ, ପ୍ରାଣାୟାମ ଓ ଲୂଯେନିଙ୍ଗ ବ୍ୟାୟାମ ଇତ୍ୟାଦି ଭଞ୍ଜ ବିଭାଗ ସାଙ୍ଗଠିକI ତଥା ବିବେକାନନ୍ଦ କେନ୍ଦ୍ର ର ଜୀବନ ବ୍ରତୀ ସାନ୍ୟାସିନୀ ନୀଳାକ୍ଷୀ ଦିଦି ଯୋଗ ଶିକ୍ଷା ପ୍ରଦାନ କରିଥିଲେ I 50 ରୁ ଉର୍ଧ୍ଵ ଶିବିରାର୍ଥୀ ଯୋଗ ଦେଇ ପ୍ରତ୍ୟେକ ଦିନ” ଯୋଗ କରିବା ଓ ସୁସ୍ଥ ରହିବା ” ଶପଥ ନେଇଥିଲେ I କ୍ଲବ ର ଉପଦେଷ୍ଠା ଡ଼ ଶଙ୍କର ମାଝୀ ଯୋଗ ଶିବିର ପରିଚାଳନା କରିଥିବାବେଳେ ଶିବିରାର୍ଥୀ ସଦାନନ୍ଦ ସେନାପତି,ଭାସ୍କର ରାଓ ,ଜନାର୍ଦନ ସୁବୁଧି ,କୃଷ୍ଣ ଚନ୍ଦ୍ର ପଣ୍ଡା ,ବିଜୟ କୁମାର ସାହୁ, ରାଜେଶ୍ୱର ରାଓ, , ବିନାୟକ ନାୟକ, ଚନ୍ଦନଲଲ ସୁବୁଧି ,ପ୍ରମୋଦ ସେଠି ,ଶ୍ରୀଧର ସାହୁ, ଭାବଗ୍ରାହୀ ପାଳ ଏବଂ ପି. ଗୋବିନ୍ଦ ନାରାୟଣ ପIତ୍ର ଶିବିରର ବହୁବିଧ କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଦେଇଥିଲେ I ଯୋଗ ଶିବିର ର ମୁଖ୍ୟ ସଂଚାଳକ ସଞ୍ଜୟ କୁମାର ସାହୁ କାର୍ଯ୍ୟକ୍ରମର ସଫଳତା ପାଇଁ ଯୋଗ ଗୁରୁ ଓ କ୍ଲବ ର କର୍ମକର୍ତା ମାନଙ୍କୁ କୃତଜ୍ଞତା ପ୍ରଦାନ କରିଥିବା ବେଳେ ସହ ସଂଚାଳକ ସନ୍ତୋଷ ପIଢି ସମ୍ପାଦକ ଏ. କେଶବ ରେଡି ସହଯୋଗ କରିଥିଲେ I

Also Read

Tags