ଅନିରୁଦ୍ଧ ଡ଼ାନ୍ସ ଏକାଡେମୀ ର ଗ୍ରୀଷ୍ମ କାଳୀନ ତାଲିମ ଶିବିର

Pradeep Kar

ବ୍ରହ୍ମପୁର, ୧୨/୫ : ଅନିରୁଦ୍ଧ ଡାନ୍ସ ଏକାଡେମୀ ତରଫରୁ ନେହେରୁ ନଗର ଅଷ୍ଟମ ଲାଇନ ଠାରେ ଥିବା ଏକାଡେମୀ ପରିସରରେ ଗ୍ରୀଷ୍ମ କାଳୀନ ତାଲିମ ଶିବିର ଶୁଭାରମ୍ଭ ହୋଇଯାଇଛି । ଏକାଡେମୀ ମୁଖ୍ୟ ତଥା ନୃତ୍ୟ ଗୁରୁ ଶିବ ପ୍ରସାଦ ଆଚାରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଶିବିରରେ ରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁଦୀପ କୁମାର୍ ସାହୁ ଯୋଗ ଦେଇ ଏକାଡେମୀ ର ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ଖରା ଛୁଟିରେ ଏପରି ନୃତ୍ୟ କଳା ସହ ଅନ୍ୟାନ୍ୟ କଳାର ବିକାଶ ଲାଗି ଗୁରୁଙ୍କ ପ୍ରଶଂସା କରିଥିଲେ । ଏକାଡେମୀ ପକ୍ଷରୁ ଗୁରୁ ପପ୍ ବିକି, କିଶୋର, ସୁସ୍ମିତା ପଣ୍ଡା, ରଶ୍ମୀ ସାବତ ପ୍ରମୁଖ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ନେହେରୁ ନଗର ଓ ବିଜିପୁର ଶାଖା ରେ ତାଲିମ ନେଉଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ ଯାପନ ଦିବସରେ ପୁରସ୍କାର ପ୍ରଦାନ କରାଯିବ ବୋଲି ନୃତ୍ୟ ଗୁରୁ ଶିବ କହିଛନ୍ତି l

Also Read

Tags