ବି . ଭାଇବ ଡ୍ୟାନ୍ସ ଷ୍ଟୁଡ଼ିଓ ତରଫରୁ ଗ୍ରୀଷ୍ମ କାଳୀନ ତାଲିମ ଶିବିର

Pradeep Kar

ବ୍ରହ୍ମପୁର, ୧୩/୫ : ବି.ଭାଇବ୍ ଡ୍ୟାନ୍ସ ଷ୍ଟୁଡ଼ିଓ ତରଫରୁ ନୀଳକଣ୍ଠ ନଗର୍ ମେନ୍ ଲାଇନ ଠାରେ ଥିବା ଷ୍ଟୁଡ଼ିଓ ପରିସରରେ ଗ୍ରୀଷ୍ମ କାଳୀନ ତାଲିମ ଶିବିର ଶୁଭାରମ୍ଭ ହୋଇଯାଇଛି । ନୃତ୍ୟ ଗୁରୁ ସୁମନ ହାତୀ ଓ ସୁନିଲ ମାଝୀ ଙ୍କ ପ୍ରତ୍ୟକ୍ଷତାରେ ରେ ଅନୁଷ୍ଟିତ ଶିବିରରେ ରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁଦୀପ କୁମାର୍ ସାହୁ ଯୋଗ ଦେଇ ଷ୍ଟୁଡ଼ିଓ ର ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ଖରା ଛୁଟିରେ ଏପରି ନୃତ୍ୟ କଳା ସହ ଅନ୍ୟାନ୍ୟ କଳାର ବିକାଶ ଲାଗି ଆୟୋଜକ ଙ୍କ ପ୍ରଶଂସା କରିଥିଲେ । ଚିତ୍ର ଗୁରୁ ପ୍ରାଥି କିର୍ତିକା ଙ୍କ ସମେତ ବହୁ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଏଠାରେ ଏକ ମାସ ଧରି ନୃତ୍ୟ, ଚିତ୍ର, ଖେଳ ଓ ଅନ୍ୟାନ୍ୟ ତାଲିମ ପ୍ରଦାନ କରାଯାଉଛି। ତାଲିମ ନେଉଥିବା ସମସ୍ତ ୪୦ ଜଣ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ ଯାପନ ଦିବସରେ ପୁରସ୍କାର ପ୍ରଦାନ କରାଯିବ ବୋଲି ନୃତ୍ୟ ଗୁରୁ କହିଛନ୍ତି।

Also Read

Tags