ବୋଲଗଡ : ବୋଲଗଡ ବ୍ଲକ ଅସରଳା ସ୍ଥିତ ହରିହର ବିଦ୍ୟାପୀଠ ଖେଳ ପଡିଆଠାରେ ଦୀର୍ଘ ଏକ ସପ୍ତାହ ଧରି ଅସରଳା ପ୍ରିମିୟମ ଲିଗ ଅନୁଷ୍ଠିତ ହୋଇଛି ଆଜି ଫାଇନାଲ ମ୍ୟାଚ ରେ ଜେ ଏମ ରକ୍ସ ଓ ବିମଳାକ୍ଷୀ ଲା୍ୟନ୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା. ବିମଳାକ୍ଷୀ ଦଳ ନିର୍ଦ୍ଧାରିତ ୧୨ ଓଭର ରେ ୫ ୱିକେଟ୍ ହରାଇ ୧୦୩ରନ କରିଥିଲେ. ଅପରପକ୍ଷରେ ରକ୍ସ ଦଳ ୧୨ ଓଭରରେ ୮ ୱିକେଟ୍ ହରାଇ ୮୩ରନ ସଂଗ୍ରହ କରିଥିଲେ l ଫଳରେ ବିମଳାକ୍ଷୀ ଦଳ ବିଜୟୀ ଘୋଷିତ ହୋଇଥିଲା. ଅମ୍ପାୟାର ମୁନୀୟ ମହାପାତ୍ର ଓ ଜ୍ୟୋତି ରଞ୍ଜନ ସାମନ୍ତରାୟ ମ୍ୟାଚ ପରିଚାଳନା କରିଥିଲେ. ପୂର୍ବତନ ବ୍ଲକ ଉପାଧକ୍ଷ ଦୁର୍ଯ୍ୟୋଧନ ସ୍ୱାଇଁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଜୟୀ ଦଳକୁ ପୁରସ୍କୃତ କରିଥିଲେ. ସେହିପରି ନଟବର ପାଣ୍ଡେ ରନର ଦଳକୁ ପୁରସ୍କୃତ କରିଥିଲେ. ମ୍ୟାଚ ପରିଚାଳନା ରେ କାହ୍ନା ସାମନ୍ତରାୟ ଲିଟନ ରଣସିଂ, ଆକାଶ ମହାପାତ୍ର ରଞ୍ଜନ ସାହୁ ଜୀବନ ଜେନା ତାରିଣୀ ମହାପାତ୍ର ଓ ବିଜୁ ଗୁମାନସିଂ ପ୍ରମୁଖ ସହଯୋଗ କରିଥିଲେ.
ଅସରଳା ପ୍ରିମିୟମ ଲିଗ ବିମଳାକ୍ଷୀ ଲା୍ୟନ୍ସ ବିଜୟୀ





