ବ୍ରହ୍ମପୁର, ୩୧/୫ : ସୂର୍ଯ୍ୟ ନଗର୍ ସ୍ଥିତ ଓଡିଶୀ ସାଧନା ପୀଠ ତରଫରୁ ଆୟୋଜିତ ଗ୍ରୀଷ୍ମ କାଳୀନ ନୃତ୍ୟ ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଓଡିଶୀ ଗୁରୁ ତଥା ଅନୁଷ୍ଠାନର ପ୍ରତିଷ୍ଠାତା ସୁରଜ୍ କୁମାର୍ ସାହୁ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଉଦଯାପନୀ ଉତ୍ସବ ରେ ସଭାପତି ଝରଣା ପଣ୍ଡା ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ରୂପେ ବରିଷ୍ଠ ସାମ୍ୱାଦିକ ତଥା ଗାୟକ ସୁଦୀପ କୁମାର୍ ସାହୁ ଏବଂ ସାମ୍ୱାଦିକ ଗୌରୀ ଶଙ୍କର ମିଶ୍ର ଯୋଗ ଦେଇ ତାଲିମ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏପରି ତାଲିମ ଦ୍ବାରା ଶିକ୍ଷା ସହ ନୃତ୍ୟ ଶିକ୍ଷାରେ ପିଲାମାନେ ନିଜର କଳା ର ବିକାଶ କରିପାରିବେ ବୋଲି ମୁଖ୍ୟଅତିଥି ସାହୁ କହିଥିଲେ ।ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଡ ସୋନାଲି ସାହୁ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ତାଲିମ ନେଇଥିବା ଛାତ୍ରଛାତ୍ରୀ ମାନେ ଏଠାରେ ଓଡ଼ିଶୀ ନୃତ୍ୟ ସହ ସମ୍ବଲପୁରୀ, ମଙ୍ଗଳାଚରଣ, ପଲ୍ଲବୀ ନୃତ୍ୟ ପରିବେଷଣ କରିଥିଲେ ।ଓଡ଼ିଶୀ ନୃତ୍ୟର ପ୍ରଚାର୍ ପ୍ରସାର ଲାଗି ଏପରି ତାଲିମ ଶିବିର ଆୟୋଜନ କରାଯାଇଥିଲା ବୋଲି ଏଠାରେ ଗୁରୁ ସୁରଜ୍ ପ୍ରକାଶ କରିଥିଲେ । ଏଠାରେ ବିଜୟୀ ନୃତ୍ୟ ଶିଳ୍ପୀ ଭାବେ ମୋନାଲି ଦାସ, ସୃତି ପ୍ରିୟା ସାହୁ, ସ୍ଵୟଂଶ୍ରୀ ଦାସ, ନିଭ୍ରିତି ମହାପାତ୍ର ଙ୍କୁ ସ୍ଵତନ୍ତ୍ର ଭାବେ ପୁରସ୍କାର ପ୍ରଦାନ କରାଯାଇଥିଲା । ଉପ ବିଜେତା ଭାବେ ତୁସିତା ସିଂ, ସାଇ ସ୍ମରଣ ପାତ୍ର, ଏମ ଆର ସୁଭାଲି ଶୁଭେଛା ପଣ୍ଡା, ସମ୍ପୂର୍ଣଆ ନାୟକ , ଦିବ୍ୟାନି ପଟ୍ଟନାୟକ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।କାର୍ଯ୍ୟକ୍ରମରେ ସାଇ ସମର୍ପିତl, ଶୃତି ପରିଡା, ଅଭିପସା ପ୍ରମୁଖ ସହଯୋଗ କରିଥିଲେ ।
ଓଡିଶୀ ସାଧନା ପୀଠ, ର ଗ୍ରୀଷ୍ମ କାଳୀନ ପ୍ରଶିକ୍ଷଣ ଶିବିର ଉଦଯାପିତ





