ଉତ୍କଳିକା ନୃତ୍ୟାନୁଷ୍ଠାନର” ୧୧ତମ ପ୍ରତିଷ୍ଠା ଦିବସ

Pradeep Kar

ଗଣମାଧ୍ୟମ ଇସ୍ତାହାର ୧୧ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଅଗ୍ରଣୀ ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟର ଅନୁଷ୍ଠାନ ଉତ୍କଳିକା ତରଫରୁ ମଇ ୩୧ ତାରିଖ (ରବିବାର) ଦିନ ସ୍ଥାନୀୟ ଗୋଇଲୁଣ୍ଡି ଶ୍ରୀ ରଘୁନାଥ ମନ୍ଦିର ପଡ଼ିଆ ଠାରେ “ଉତ୍କଳିକା ନୃତ୍ୟାନୁଷ୍ଠାନର” ୧୧ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି।ଏଥରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ମହାନଗର ନିଗମର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ପୂର୍ବତନ ବିଧାୟକ ଡ଼ଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଅର୍ବନ ବ୍ୟାଙ୍କର ସଭାପତି ଶ୍ରୀ ଏମ୍. ମୁରଲୀ ମୋହନ, ପୂର୍ବତନ ବି.ଡି.ଏ. ଅଧ୍ୟକ୍ଷ ଶ୍ରୀ ସୁବାଷ ମହାରଣା, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ କବି ସୁଶାନ୍ତ ଏବଂ ବିଶିଷ୍ଟ ନାଟ୍ୟକାର ଶ୍ରୀ ସୁବାଷ ଚନ୍ଦ୍ର ସାହୁ ସମ୍ମାନିତ ଅତିଥି ରୂପେ ବିଶିଷ୍ଟ ନୃତ୍ୟଗୁରୁ ଶ୍ରୀ ଜୟନ୍ତ କୁମାର ଆଚାର୍ଯ୍ୟ ଓ ଗୁରୁ ଶ୍ରୀ ମନୋଜ କୁମାର ପ୍ରଧାନ ଯୋଗଦେଇ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀଙ୍କୁ ଆଶୀର୍ବାଦ କରିଥିଲେ।ଏହି ଉତ୍ସବରେ ଅନୁଷ୍ଠାନର ମୁଖ୍ୟ ଗୁରୁ ଶେଖର ସୁମନ ମାଝି ମଙ୍ଗଳାଚରଣରେ ଶ୍ରୀ ଜଗନ୍ନାଥଙ୍କୁ ପୁଷ୍ପାଞ୍ଜଳି ଦେଇ ପରେ ଓଡ଼ିଶୀ ନୃତ୍ୟରେ “କେଡେ ଛନ୍ଦ” ନୃତ୍ୟ ଅଭିନୟଟିକୁ ପରିବେଷଣ କରିଥିଲେ। ପରବର୍ତ୍ତୀ ସମୟରେ ଉତ୍କଳିକା ନୃତ୍ୟାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ଓଡ଼ିଶୀ, ସମ୍ବଲପୁରୀ, ଭଳନ ଆଦିବାସୀ ଏବଂ ପଲ୍ଲୀ ନୃତ୍ୟ ପରିବେଷିତ ହୋଇଥିଲା। ପରିଶେଷରେ ଅନୁଷ୍ଠାନର ସଭାପତି ଶ୍ରୀ ପ୍ରକାଶ ଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଶିବାନନ୍ଦ ବାରିକ ମଞ୍ଚ ପରିଚାଳନା କରିଥିଲେ।

Also Read

Tags