ଗଞ୍ଜାମ ଜିଲ୍ଲା ସବ୍ ଜୁନିଅର ବାଳକ ଓ ବାଳିକା ବକ୍ସର ମାନଙ୍କ ଚୟନ ପ୍ରତିଯୋଗିତା

Pradeep Kar

ଗଞ୍ଜାମ ଜିଲ୍ଲା ସବ୍ ଜୁନିଅର ବାଳକ ଓ ବାଳିକା ବକ୍ସର ମାନଙ୍କ ଚୟନ ଚଳିତ ମାସ ୦୮.୦୬.୨୦୨୬ ଠାରୁ ୦୯.୦୬.୨୦୨୬ ପର୍ଯ୍ୟନ୍ତ ହେବାକୁ ଥିବା ସବ୍ ଜୁନିଅର୍ ଅଣ୍ଡର ୧୫ ବାଳକ ଓ ବାଳିକା ବକ୍ସିଂ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଗଞ୍ଜାମ ଜିଲ୍ଲା ବକ୍ସିଂ ସବ୍ ଜୁନିଅର ବାଳକ ଓ ବାଳିକା ବକ୍ସିଂ ଦଳ ଗଠନ କରାଯିବ। ୦୧.୦୧.୨୦୧୨ ଠାରୁ ୩୧.୧୨.୨୦୧୩ ମଧ୍ୟରେ ଯେଉଁ ବକ୍ସର ଜନ୍ମ ହୋଇଥିବେ ସେମାନେ ଯୋଗ ଦେଇ ପାରିବେ । ଚଳିତ ଜୁନ୍ ମାସ ୦୪.୦୬.୨୦୨୬ ସକାଳ ୭.୦୦ ଘଣ୍ଟା ଠାରୁ ୯.୦୦ ଘଣ୍ଟା ସମୟ ପର୍ଯ୍ୟନ୍ତ ମହାତ୍ମାଗାନ୍ଧୀ ଷ୍ଟାଡିୟମ୍ ର ବକ୍ସିଂ ଆରେନା ଠାରେ ଚୟନ ହେବ।ଏହି ଚୟନ ଶିବିରରେ ଯୋଗ ଦେବାକୁ ସମସ୍ତ ଗଞ୍ଜାମ ଜିଲ୍ଲାର ଶିକ୍ଷାନୁଷ୍ଠାନ, କ୍ଲବ୍, ବ୍ଲକ୍ ଓ ଆସୋସିଏସନ୍ ର ବକ୍ସର ମାନେ ନିଜର ଜନ୍ମଗତ ପ୍ରମାଣ ପତ୍ର ଓ ଆଧାର କାର୍ଡ, ପାସ୍ ଫୋଟୋ ୩ଟି ସହ ଗଞ୍ଜାମ ଜିଲ୍ଲା ଆଥଲେଟିକ ଆସୋସିଏସନ (ଜି ଡି ଏ ଏ) ର ବକ୍ସିଂ ସମ୍ପାଦକ କେ ପ୍ରଭାକର ରାଓ ଓ ଅନ୍ତର୍ଜାତୀୟ ରେଫେରି ତଥା ସ୍ଥାନୀୟ କୋଚ୍ ଶ୍ରୀ ଶିଶିର କୁମାର ପାଣିଗ୍ରାହୀ ଙ୍କ ସହ ଯୋଗାଯୋଗ କରିବା ପାଇଁ (ଜି ଡି ଏ ଏ) ର ସମ୍ପାଦକ ଜେ କାମେଶ୍ୱର ରାଓ ଜଣାଇଛନ୍ତି।

Also Read

Tags