ଗଞ୍ଜାମ କଳା ପରିଷଦ ରେ ପାର୍କିଂ ସମସ୍ୟା, ରାସ୍ତାରେ ଜମୁଛି ଭିଡ ପ୍ରଶାସନ ଦୃଷ୍ଟି ଦେବା ଜରୁରୀ

Pradeep Kar

ବ୍ରହ୍ମପୁର୍ ୨/୬ ଗଞ୍ଜାମ କଳା ପରିଷଦ ରେ ଚାଲିଛି ନାଟକ,କିନ୍ତୁ ପାର୍କିଂ ସମସ୍ୟା ଯୋଗୁଁ ରାସ୍ତାରେ ଦର୍ଶକ ଗାଡ଼ି ମୋଟର ରଖୁଛନ୍ତି। ଟ୍ରାଫିକ ଭିଡ ସବୁବେଳେ ଲାଗି ରହୁଛି ,ସେପଟେ ଉତ୍କଳ ଆଶ୍ରମ ଭିତରକୁ କାହାରିକୁ ଛଡା ଯାଉନାହିଁ, ତେଣୁ ସମସ୍ୟା ବେଶୀ,ସେଠାରେ ପାର୍କିଂ କଲେ ଲାଗିବ ଅଧିକ ୫୦୦୦ ।ଏପରି ସମସ୍ୟା ଦୀର୍ଘ ଦିନ ଧରି ଲାଗି ରହୁଛି ଲୋକେ ଅସୁବିଧା ହେଉଛନ୍ତି l ବ୍ରହ୍ମପୁର୍ ରେ ମଣ୍ଡପ ଅଭାବ, ଟାଉନ ହଲ ଆଉ ସଂସ୍କୃତି ଭବନ ସଂପୂର୍ଣ୍ଣ ବନ୍ଦ୍ ରହିଛି, ଯେଉଁମାନେ ଗଞ୍ଜାମ କଳା ପରିଷଦ ରେ ଉତ୍ସବ କି ସଭା କି ନାଟକ କରୁଛନ୍ତି ଦେବାକୁ ପଡୁଛି ୧୫୦୦୦ ରୁ ଅଧିକ ଟଙ୍କା, ତାପରେ ଆଉ ଗୋଟିଏ ଛୋଟ ମଞ୍ଚ ମଧ୍ୟ ଗଞ୍ଜାମ କଳା ପରିଷଦ ଭଡ଼ାରେ ଦଉଛି,ଗୋଟିଏ ସ୍ଥାନରେ ଦୁଇ ଦୁଇ ଟି କାଯ୍ୟକ୍ରମ ପ୍ରବଳ ଭିଡ ସହ ଟ୍ରାଫିକ ଜାମ୍ ।ଏହାକୁ ନେଇ କଳାକାର ଆଉ ଦର୍ଶକ ଙ୍କ ସହ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ବୁଝିବାକୁ କେହି ନାହିଁ,ସମସ୍ତେ ନିରୁପାୟ ।ତେଣୁ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି ।

Also Read

Tags