ପ୍ରଥମ ସି. ଏମ କପ ଅନ୍ତଃ ଜିଲ୍ଲା ଖୋ -ଖୋ ଚାମ୍ପିୟନସିପ ଅନୁଗୁଳ ଜୋନ ଆୟୋଜନ ହୋଇଥିଲା। ଏହି ଜୋନରେ ଗଞ୍ଜାମ ସମେତ ୮ ଗୋଟି ଜିଲ୍ଲା ଅଂଶଗ୍ରହଣ କରିଥିଲେ। ଲିଗ ର ସମସ୍ତ ମ୍ୟାଚ ଜିତି ଗଞ୍ଜାମ ଜିଲ୍ଲା ବାଳକ ଓ ବାଳିକା ଦଳ ଜୋନାଲ ବିଜେତା ହୋଇଛନ୍ତି ଏବଂ ଅନ୍ତଃ ରାଜ୍ୟସ୍ତରୀୟ ସି. ଏମ କପ ପାଇଁ ଉଭୟ ଦଳ ଉତୀର୍ଣ୍ଣ ହୋଇଛନ୍ତି ଯାହା ପୁରୀ ଜିଲ୍ଲା ରେ ଆୟୋଜନ ହେବାକୁ ଯାଉଅଛି। ଗଞ୍ଜାମ ଜିଲ୍ଲା ବାଳକ ବର୍ଗ କୋଚ ରାକେଶ ପାତ୍ର ଓ ମ୍ୟାନେଜେର ସନ୍ତୋଷ ଦାସ ଏବଂ ବାଳିକା ବର୍ଗ ରେ କୋଚ ଜି. ଇନ୍ଦୁ ଓ ମ୍ୟାନେଜେର ଥିଲେ ଗୌରୀ ନାୟକ।ଗଞ୍ଜାମ ଜିଲ୍ଲା ର ବରିଷ୍ଠ ଖେଳାଳି ଓ ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘ ର ସମସ୍ତ ସଦସ୍ୟ ଶୁଭେଚ୍ଛା ଜଣାଇଛନ୍ତି ବୋଲି ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘ ସାଧାରଣ ସମ୍ପାଦକ ଜେ. କାମେଶ୍ୱର ରାଓ ସୂଚନା ଦେଇଛନ୍ତି।
ପ୍ରଥମ ସି.ଏମ ଟ୍ରଫି ଖୋ -ଖୋ ଚାମ୍ପିୟନସିପ ପ୍ରତିଯୋଗିତା





