ଅନ୍ତଃ ଜିଲ୍ଲା ସି. ଏମ ଟ୍ରଫି ବ୍ରହ୍ମପୁର ଜୋନ ର ଚତୁର୍ଥ ଦିନ

Pradeep Kar

ବ୍ରହ୍ମପୁର, ଅନ୍ତଃ ଜିଲ୍ଲା ସି.ଏମ କପ ବ୍ରହ୍ମପୁର ଜୋନ ରେ ଆଜି ଅନ୍ତଃ ୧୪ ବର୍ଷୀୟ ବାଳିକା ବର୍ଗ ରେ କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ମଧ୍ୟରେ ଖେଳା ଯାଇଥିଲା, କଳାହାଣ୍ଡି ବାଳିକା ଦଳ ପକ୍ଷରୁ କୁମୁଦିନୀ କୋଲଟିଆ ଓ ଅଞ୍ଜନା ଶବର ଦଳ ପାଇଁ ଗୋଟି ଲେଖାଏଁ ଗୋଲ କରିଥିଲେ ଏବଂ କନ୍ଧମାଳ ଦଳ ପକ୍ଷରୁ ସ୍ନେହାଶିଳା ସାହାଣୀ ମାତ୍ର ଗୋଟିଏ ଗୋଲ କରିଥିଲେ ଓ ଏଥିସହ କଳାହାଣ୍ଡି ୨-୧ ଗୋଲ କରି ବିଜୟ ହାସଲ କରିଛି। ଏହି ମ୍ୟାଚ ରେ ଅତିଥି ଭାବେ ଯୋଗ ଦେଇଥିଲେ ଶ୍ରୀ କେଦାରନାଥ କୁମାର ଚୌଧୁରୀ ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘ ଉପ -ସଭାପତି । ସେହି ପରି ଦ୍ଵିତୀୟ ମ୍ୟାଚ ବାଳିକା ବର୍ଗ ରେ ରାୟଗଡା ଓ ଗଜପତି ଜିଲ୍ଲା ମଧ୍ୟରେ ଖେଳା ଯାଇଥିଲା, ଗଜପତି ବାଳିକା ଦଳ ୧-୦ ଗୋଲ କରି ବିଜୟୀ ହାସଲ କରିଥିଲେ ଏବଂ ଦୀପିକା ଶବର ଦଳ ପାଇଁ ପ୍ରଥମ ଗୋଲ କରିଥିଲେ।ଅତିଥି ଭାବେ ଯୋଗ ଦେଇଥିଲେ ଶ୍ରୀ ଡ଼ି. ଆପ୍ପା ରାଓ ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘର ଯୁଗ୍ମ ସମ୍ପାଦକ । ମ୍ୟାଚ ପରିଚାଳନା କରିଥିଲେ ବନିତା ହେମରିକା, ରାହାନ୍ତି ସରକାର, ରେବତୀ ପୀଡିଷିକା, ରୋହିଲା ଭର୍ତ୍ତା ଏବଂ ମ୍ୟାଚ କମିଶନର ସୁଜିତ କୁମାର ପାତ୍ର ଓ ମନୋଜ କୁମାର ନାୟକ।ଅନ୍ତଃ ୧୪ ବାଳକ ବର୍ଗ ରେ ଚତୁର୍ଥ ଦିନ ର ପ୍ରଥମ ମ୍ୟାଚ କନ୍ଧମାଳ ଓ କଳାହାଣ୍ଡି ଦଳ ମଧ୍ୟରେ ଖେଳାଯାଇ ଥିଲା। କନ୍ଧମାଳ ୩-୦ ଗୋଲ ରେ ବିଜୟ ହାସଲ କରିଛନ୍ତି। ବାଳକ ବର୍ଗ ର ଦ୍ଵିତୀୟ ମ୍ୟାଚ ରାୟଗଡା ଓ ଗଜପତି ଦଳ ମଧ୍ୟ୍ୟରେ ଖେଳା ଯାଇଥିଲା। ରାୟଗଡା ଦଳ ୨-୦ ଗୋଲ କରି ବିଜୟ ହାସଲ କରିଥିଲେ। ଆଜି ର ମ୍ୟାଚ ରେ ଅତିଥି ଭାବେ ଯୋଗ ଦେଇଥିଲେ ଶ୍ରୀ ଡ଼ି. ଡ଼ି ଗନ୍ତାୟତ ।ଏଥି ସହ ଗଞ୍ଜାମ ଜିଲ୍ଲା ର ସଦସ୍ୟ ଶ୍ରୀ କେଦାରନାଥ ଚୌଧୁରୀ, ତାରିଣୀ ସାମନ୍ତରାୟ, ଡ଼ି. ଡ଼ି ଗନ୍ତାୟତ, ବିଜୟ କୁମାର ପଟନାୟକ, ଜି. ଏମ ବାବୁ, ସୀତାରାମ ବେଵାର୍ତା, ରାଜେନ୍ଦ୍ର ପ୍ରସାଦ ଗନ୍ତାୟତ, ଡ଼ି. ଆପ୍ପା ରାଓ, ଦୁର୍ଗା ପଟନାୟକ, ରାଜ ନାରାୟଣ ପାତ୍ର, ପ୍ରମୋଦ ମହାରଣା ଏବଂ ଜିଲ୍ଲା ର ବରିଷ୍ଠ ଫୂଟବଲ ଖେଳାଳି ମାନେ ମଧ୍ୟରେ ଉପସ୍ଥିତ ଥିଲେ। ଏହି ମ୍ୟାଚ ଗୁଡ଼ି କୁ ପରିଚାଳନା କରିଥିଲେ ଗରିବ ବେହେରା, ସମୀର ପ୍ରଧାନ, ବିଚିତ୍ର ଜେନା, ଖଗପତି ଖରା ଏବଂ ମ୍ୟାଚ କମିଶନର ସୁଜିତ କୁମାର ପାତ୍ର ଓ ମନୋଜ କୁମାର ନାୟକ ବୋଲି ଜେ. କାମେଶ୍ୱର ରାଓ ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘ ସମ୍ପାଦକ ସୂଚନା ଦେଇଛନ୍ତି।

Also Read

Tags