ଗଞ୍ଜାମ ଜ଼ିଲ୍ଲା ନାଟକ ମହୋତ୍ସବ ଉଦଯାପିତ

Pradeep Kar

ବ୍ରହ୍ମପୁର, / 04.06.2026 – ଆଜି ଆମେ ଆଧୁନିକତାର ଶୀର୍ଷରେ ପହଂଚି ଯାଇଛେ ସତ, ହେଲେ ଆମ ପରମ୍ପରା ଓ ସଂସ୍କୃତି ଲିଭିଗଲାଣି l ଯେଉଁ ଯୁବବର୍ଗ ଆମ ସଂସ୍କୃତି ଏବଂ ଅସ୍ମିତା ପାଇଁ ଚିନ୍ତା କରିବା କଥା ସେମାନେ ସମ୍ପ୍ରତି ବିଦେଶୀ ଢାଞ୍ଚାରେ ପଡି ଗାଁ ପରମ୍ପରାକୁ ଦେଖିଲେ ନାକ ଟେକୁଛନ୍ତି l ସକାଳେ ଏବଂ ସନ୍ଧ୍ୟାରେ ଆଉ ଗାଁ ପିଣ୍ଡାରେ ସଂକୀର୍ତ୍ତନ କି ଭାଗବତ ଟୁଙ୍ଗି ଦେଖିବାକୁ ମିଳୁନି l ସତରେ କଣ ଆମେ ଆଉ ଆମ ଅସ୍ମିତାକୁ ବଞ୍ଚେଇ ପାରିବାନି, ଏମିତି କିଛି ଘଟଣା ବସ୍ତୁକୁ ନେଇ ଡ୍ରାମା ଲଭର କୃଷ୍ଣ ପଣ୍ଡାଙ୍କ ରଚିତ ଏବଂ ନିର୍ଦ୍ଦେଶିତ ଆମ ଅସ୍ମିତାକୁ ବହନ କରୁଥିବା ନାଟକ “ବଦଳି ଯାଉଥିବା ସମୟ” ପରିବେଷଣ ହୋଇଥିଲା ଗଞ୍ଜାମ ଜ଼ିଲ୍ଲା କଳାକାର ସଂଘ ଦ୍ୱାରା ଆୟୋଜିତ ୧ମ ଗଞ୍ଜାମ ଜ଼ିଲ୍ଲା ସ୍ତରୀୟ ନାଟକ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ l ନାଳନ୍ଦାଶ୍ରୀ ମହାବିଦ୍ୟାଳୟରେ ଅଧ୍ୟକ୍ଷ କାଳିଚରଣ ସାହୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ପ୍ରଦୀପ ପ୍ରଜ୍ବଳନ କରିଥିବା ବେଳେ ବ୍ରହ୍ମପୁର ମହାନଗର ନିଗମର ୱାର୍ଡ ନଂ ୨୬ର କର୍ପୋରେଟର ଧୀରେଶ ରାଉତ, ଓଡିଶା ନାଟ୍ୟ ସଂଘର ଉପସଭାପତି ଭବାନୀ ଶଙ୍କର ମିଶ୍ର, ବସ୍ତୁବିତ ଡ ସନ୍ୟାସୀ ମହାରଣା, ବିଶିଷ୍ଟ ଅଭିନେତା ପ୍ରଶାନ୍ତ ମହାରଣା ଏବଂଗଙ୍ଗାଧର ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ସଂଘର ସାଧାରଣ ସମ୍ପାଦକ ଡ ମିହିର କୁମାର ତ୍ରିପାଠୀ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ l ସଭାପତି ଶଙ୍କର୍ଷଣ ସାବତ ମଂଚାସୀନ ଥିବାବେଳେ ସଭାକୁ ଅଧ୍ୟକ୍ଷତା କରିଥିଲେ ସଂଘର ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ବିଘଶ୍ୱର ସାହୁ l ସହ ସମ୍ପାଦକ ଅଜିତ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ l ତାପସ ପାଣିଗ୍ରାହୀ ଏବଂ ସୁନନ୍ଦା ରାଣୀ ସାହୁ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଉପଦେଷ୍ଟା ସ୍ବର୍ଣ୍ଣପ୍ରଭାପାଢ଼ୀ, ନାଟ୍ୟକାର ତ୍ରିପତି ନାୟକ, ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ନାଟ୍ୟ ପ୍ରଦୀପ ମଦନ ମିଶ୍ର, ପ୍ରଚାର ପ୍ରସାର ସମ୍ପାଦକ ସୁଦିପ ସାହୁ, ମନୋଜ ଦଣ୍ଡପାଟ, ଗିରିଜା ଶଙ୍କର ଦାଶ, କୈଳାଶ ଚନ୍ଦ୍ର ପାଣିଗ୍ରାହୀ, ରବୀନ୍ଦ୍ର କୁମାର ନାୟକ, ସରୋଜ କୁମାର ବାରିକ, ବିନାୟକ ହୋତା, ସନ୍ଦୀପ ପଟ୍ଟନାୟକ, ସଦସ୍ୟ ଅରୁଣ କୁମାର ଶତପଥୀ, ଆଇନ ପରାମର୍ଶଦାତା ବିଘଶ୍ୱର ନାୟକ ପ୍ରମୁଖ ସହଯୋଗ କରିଥିଲେ l

Also Read

Tags