ବ୍ରହ୍ମପୁର, : ଅନ୍ତଃ ଜିଲ୍ଲା ସି.ଏମ କପ ବ୍ରହ୍ମପୁର ଜୋନ ରେ ଆଜି ଅନ୍ତଃ ୧୪ ବର୍ଷୀୟ ବାଳିକା ବର୍ଗ ରେ କଳାହାଣ୍ଡି ଓ ଗଜପତି ଜିଲ୍ଲା ମଧ୍ୟରେ ଖେଳା ଯାଇଥିଲା, ଗଜପତି ବାଳିକା ଦଳ ପକ୍ଷରୁ ଦୀପ୍ତି ଶବର ଓ ବନିତା ଲୁହାର ଦଳ ପାଇଁ ଗୋଟି ଲେଖାଏଁ ଗୋଲ କରିଥିଲେ ଓ ଏଥିସହ ଗଜପତି ୨-୦ ଗୋଲ କରି ବିଜୟ ହାସଲ କରିଛି। ସେହି ପରି ଦ୍ଵିତୀୟ ମ୍ୟାଚ ବାଳିକା ବର୍ଗ ରେ ରାୟଗଡା ଓ କନ୍ଧମାଳ ଜିଲ୍ଲା ମଧ୍ୟରେ ଖେଳା ଯାଇଥିଲା, କନ୍ଧମାଳ ବାଳିକା ଦଳ ରୁ ବିଜୁଳି କନ୍ୟା ପ୍ରଧାନ , ସ୍ନେହା ସିଲା ସାହାଣୀ ୧ଟିଏ ଲେଖାଏଁ ଗୋଲ କରିଥିଲେ ଏଥି ସହ କନ୍ଧମାଳ ୨-୦ ଗୋଲ କରି ବିଜୟୀ ହାସଲ କରିଥିଲେ। ଅତିଥି ଭାବେ ଯୋଗ ଦେଇଥିଲେ ଡଃ. ସନ୍ଦୀପ ଦାସ ଓ ପି. ରାଜୁ ରେଡି । ମ୍ୟାଚ ପରିଚାଳନା କରିଥିଲେ ବନିତା ହେମରିକା, ରାହାନ୍ତି ସରକାର, ରେବତୀ ପୀଡିଷିକା, ରୋହିଲା ଭର୍ତ୍ତା ଏବଂ ମ୍ୟାଚ କମିଶନର ସୁଜିତ କୁମାର ପାତ୍ର ଓ ମନୋଜ କୁମାର ନାୟକ।ଅନ୍ତଃ ୧୪ ବାଳକ ବର୍ଗ ରେ ଷଷ୍ଠ ଦିନ ସନ୍ଧ୍ୟା ର ପ୍ରଥମ ମ୍ୟାଚ କଳାହାଣ୍ଡି ଓ ଗଜପତି ଦଳ ମଧ୍ୟରେ ଖେଳାଯାଇ ଥିଲା। କିନ୍ତୁ ନିର୍ଧାରିତ ସମୟ ମଧ୍ୟରେ କୋଣସି ଗୋଲ ହୋଇନଥିଲା। ବାଳକ ବର୍ଗ ର ଦ୍ଵିତୀୟ ମ୍ୟାଚ ରାୟଗଡା ଓ କନ୍ଧମାଳ ବାଳକ ଦଳ ମଧ୍ୟ୍ୟରେ ଖେଳା ଯାଇଥିଲା। କନ୍ଧମାଳ ଦଳ ୫-୦ ଗୋଲ କରି ବିଜୟ ହାସଲ କରିଥିଲେ। ଆଜି ର ମ୍ୟାଚ ରେ ଅତିଥି ଭାବେ ଯୋଗ ଦେଇଥିଲେ ଶ୍ରୀ ପ୍ରଶାନ୍ତ କୁମାର ଫାଓ ପର୍ଯ୍ୟବେକ୍ଷକ ।ଏଥି ସହ ଗଞ୍ଜାମ ଜିଲ୍ଲା ର ସଦସ୍ୟ ଶ୍ରୀ କେଦାରନାଥ ଚୌଧୁରୀ, ତାରିଣୀ ସାମନ୍ତରାୟ, ଡ଼ି. ଡ଼ି ଗନ୍ତାୟତ, ବିଜୟ କୁମାର ପଟନାୟକ, ଜି. ଏମ ବାବୁ, ସୀତାରାମ ବେଵାର୍ତା, ରାଜେନ୍ଦ୍ର ପ୍ରସାଦ ଗନ୍ତାୟତ, ଡ଼ି. ଆପ୍ପା ରାଓ, ଦୁର୍ଗା ପଟନାୟକ, ରାଜ ନାରାୟଣ ପାତ୍ର, ପ୍ରମୋଦ ମହାରଣା ଏବଂ ଜିଲ୍ଲା ର ବରିଷ୍ଠ ଫୂଟବଲ ଖେଳାଳି ମାନେ ମଧ୍ୟରେ ଉପସ୍ଥିତ ଥିଲେ। ଏହି ମ୍ୟାଚ ଗୁଡ଼ି କୁ ପରିଚାଳନା କରିଥିଲେ ଗରିବ ବେହେରା, ସମୀର ପ୍ରଧାନ, ବିଚିତ୍ର ଜେନା, ଖଗପତି ଖରା ଏବଂ ମ୍ୟାଚ କମିଶନର ସୁଜିତ କୁମାର ପାତ୍ର ଓ ମନୋଜ କୁମାର ନାୟକ ବୋଲି ଜେ. କାମେଶ୍ୱର ରାଓ ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘ ସମ୍ପାଦକ ସୂଚନା ଦେଇଛନ୍ତି।




