ବ୍ରହ୍ମପୁର ଜୋନ ରେ ସି.ଏମ୍ କପ ୨୦୨୬ କବାଡି ଓ ଫୂଟବଲ ଚାମ୍ପିୟନସିପ ଉଦଯାପନୀ ଉତ୍ସବ ପାଳିତ

Pradeep Kar

ଚଳିତ ମାସ ୧ ତାରିଖ ଠାରୁ ସି.ଏମ୍ କପ ଫୂଟବଲ ଚାମ୍ପିୟନଶପ ବ୍ରହ୍ମପୁର ଜୋନ ରେ ଆରମ୍ଭ ହୋଇଥିଲା। ଏହି ଟୁର୍ନାମେଣ୍ଟ ରେ ୮ଗୋଟି ଜିଲ୍ଲା ଭାଗ ନେଇଥିଲେ ଯଥା : ନବରଙ୍ଗପୁର, ମାଲକାନଗିରି, କୋରାପୁଟ, କନ୍ଧମାଳ, କଳାହାଣ୍ଡି, ରାୟଗଡା, ଗଞ୍ଜାମ ଓ ଗଜପତି ଅନ୍ତଃ ୧୪ ବର୍ଷୀୟ ଉଭୟ ବାଳକ ଓ ବାଳିକା ଦଳ। ଏହି ଚାମ୍ପିୟନସିପ ରେ ଜୋନାଲ ବିଜେତା ହୋଇଛି ନବରଙ୍ଗପୁର ବାଳକ ଦଳ ଓ ଉପ – ବେଜେତା କନ୍ଧମାଳ ବାଳକ ଦଳ ଏବଂ ବାଳିକା ଦଳ ରେ ନବରଙ୍ଗପୁର ଦଳ ବିଜୟୀ ହୋଇଛନ୍ତି ଓ ଉପ – ବେଜେତା ହୋଇଛିଛନ୍ତି ଗଜପତି ବାଳିକା ଦଳ। ସେହିଭଳି କବାଡି ଚାମ୍ପିୟନସିପ ରେ ବ୍ରହ୍ମପୁର ଜୋନ ରୁ ଗଞ୍ଜାମ ବାଳକ ଦଳ ଓ ବାଳିକା ଦଳ ଜୋନାଲ ବିଜେତା ହୋଇଥିଲେ ଏବଂ କନ୍ଧମାଳ ବାଳକ ଦଳ ଓ କଳାହାଣ୍ଡି ବାଳିକା ଦଳ ଉପ – ବେଜେତା ହୋଇଛି ଥିଲେ।ଏହି ଉଦଯାପନୀ ଉତ୍ସହବ ରେ ମୁଖ୍ୟ ଅତିଥି ଭାବେ କେ.ଅନିଲ କୁମାର ବ୍ରହ୍ମପୁର ବିଧାୟକ ଯୋଗଦେଇଥିଲେ ଏବଂ ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘ ର ସଦସ୍ୟ ଯଥା : ଶ୍ରୀ କେଦାରନାଥ ଚୌଧୁରୀ, ତାରିଣୀ ସାମନ୍ତରାୟ, ଡ଼ି. ଡ଼ି. ଆପ୍ପା ରାଓ, ଡ଼ି. ଡ଼ି. ଗନ୍ତାୟତ, ପ୍ରମୋଦ ମହାରଣା, ରାଜେନ୍ଦ୍ର ପ୍ରସାଦ ଗନ୍ତାୟତ, ରାଜ ନାରାୟଣ ପାତ୍ର, ସୀତାରାମ ଵେବରତା, ଜି. ଏମ ବାବୁ, ବିଜୟ କୁମାର ପଟନାୟକ, ଦୁର୍ଗା ପଟନାୟକ, ଏବଂ ଜିଲ୍ଲା ର ବରିଷ୍ଠ ଖେଳାଳି ମାନେ ଯୋଗ ଦେଇଥିଲେ ବୋଲି ଜେ. କାମେଶ୍ୱର ରାଓ ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘ ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି।

Also Read

Tags