ଭଦ୍ରକ ତା:୧୭/୬/୨୬/ ପବିତ୍ର ହଜଯାତ୍ରା ସମ୍ପନ୍ନ କରି ଭଦ୍ରକ ଜିଲ୍ଲାରୁ ଯାଇଥିବା ସମ୍ମାନନୀୟ ହାଜି ସାହେବମାନେ ଆଜି ନିଜ ଜନ୍ମମାଟି ଭଦ୍ରକକୁ ଫେରିଥିବା ଅବସରରେ ଭଦ୍ରକ ରେଳବାଇ ଷ୍ଟେସନରେ ସେମାନଙ୍କୁ ହୃଦୟର ସହ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାବାସହ। ଏହି ପବିତ୍ର ଯାତ୍ରା ସଫଳତାର ସହ ସମ୍ପନ୍ନ କରି ଫେରିଥିବା ହାଜିମାନଙ୍କ ସହ ସାକ୍ଷାତ କରି ସେମାନଙ୍କ ଅନୁଭୂତି ଶୁଣିବା ସହ ଆଶୀର୍ବାଦ ଗ୍ରହଣ କଲେ।ଆଲ୍ଲାହଙ୍କ ପ୍ରତି ଅଟୁଟ ଭକ୍ତି, ତ୍ୟାଗ ଓ ଆଧ୍ୟାତ୍ମିକ ସାଧନାର ପ୍ରତୀକ ଏହି ପବିତ୍ର ହଜଯାତ୍ରା ସମସ୍ତଙ୍କ ଜୀବନରେ ଶାନ୍ତି, ସଦ୍ଭାବନା ଓ ଭାଇଚାରାର ବାର୍ତ୍ତା ପ୍ରସାର କରୁ। ସମସ୍ତ ହାଜି ସାହେବମାନଙ୍କ ସୁସ୍ଥ, ସୁଖୀ ଓ ମଙ୍ଗଳମୟ ଜୀବନ କାମନା କରୁଛନ୍ତି ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ, ଏବଂ ସାଥିରେ ଭଦ୍ରକ ପୌରାଧ୍ଯକ୍ଷ ଗୁଲ୍ମୁକି ହବିବ, ପାରିଶଦ ଶ୍ରୀଯୁକ୍ତ ଦିଲିପ ନାୟକ,ବରିଷ୍ଟ ନେତା ଶ୍ରୀଯୁକ୍ତ ରଘୁନାଥ ପଣ୍ଡା ଙ୍କ ସମେତ ଅନ୍ୟ ବରିଷ୍ଠ ବ୍ୟକ୍ତି ଓ ସ୍ଥାନୀୟ ନେତୃମଣ୍ଡଳୀ ଉପସ୍ଥିତ ଥିଲେ l
ହାଜି ସାହେବମାନଙ୍କୁ ଭଦ୍ରକ ରେଳବାଇ ଷ୍ଟେସନରେ ସ୍ୱାଗତ ଓ ସମ୍ବର୍ଦ୍ଧନା





