ଗଞ୍ଜାମ ଜିଲ୍ଲା “ଆସନ୍ତା ଅଗଷ୍ଟ ମାସ ରେ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଠାରେ ରେ ୭୨ତମ ରାଜ୍ୟସ୍ତରୀୟ କନିଷ୍ଠ ବର୍ଗ ଏଥଲେଟିକ ଚାମ୍ପିୟନସିପ ଅନୁଷ୍ଠିତ ହେବାକୁ ଯାଉଅଛି। ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ରେ ବିଭିନ୍ନ ଜିଲ୍ଲା ଅଂଶଗ୍ରହଣ କରିବେ, ଏଣୁ ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘ ଦ୍ୱାରା ଚଳିତ ମାସ ଜୁଲାଇ ୧୯ ତାରିଖ ଦିନ ସକାଳ ୮ଘାଣ୍ଟିକା ସମୟରେ ମହାତ୍ମାଗାନ୍ଧୀ ଷ୍ଟାଡିଅମ, ବ୍ରହ୍ମପୁର ଠାରେ ଗଞ୍ଜାମ ଜିଲ୍ଲା ଖେଳାଳି ଚୟନ ଶିବିର ଆୟୋଜନ ହେବାକୁ ଯାଉଅଛି। ଏହି ଚୟନ ଶିବିର ରେ ଉଭୟ ବାଳକ ଓ ବାଳିକା ବର୍ଗ ର ଖେଳାଳି ମାନେ ଅଂଶଗ୍ରହଣ କରି ପାରିବେ। ଅନ୍ତଃ -୧୪,୧୬, ୧୮ ଓ ୨୦ ବର୍ଷୀୟ ଉଭୟ ବାଳକ ଓ ବାଳିକା ଖେଳାଳି ମାନେ ଚୟନ ଶିବିର ରେ ଯୋଗ ଦେଇପାରିବେ । ଏଣୁ ଇଛୁକ ଖେଳାଳି ନିଜ ଆଧାର କାର୍ଡ, ବୟସ ପ୍ରମାଣପତ୍ର, ଫୋଟୋ ଏବଂ କୀଟ୍ ସହ ୧୯ ଜୁଲାଇ ସକାଳ ୮ ଘାଣ୍ଟିକ ସମୟରେ ମହାତ୍ମାଗାନ୍ଧୀ ଷ୍ଟାଡିଅମ ଠାରେ ଉପସ୍ଥିତ ହେବେ, ନାମ ପଞ୍ଜିକରଣ ପାଇଁ ଯୋଗାଯୋଗ କରିବେ – ଶ୍ରୀ ପ୍ରମୋଦ ମହାରଣା (୯୪୩୭୩୨୨୬୯୧) ବୋଲି ଗଞ୍ଜାମ ଜିଲ୍ଲା କ୍ରୀଡା ସମ୍ପାଦକ ଜେ. କାମେଶ୍ୱର ରାଓ ସୂଚନା ଦେଇଛନ୍ତି।




