ବ୍ରହ୍ମପୁର, ୨୨/୦୭ କଳାଞ୍ଜଳି ଆର୍ଟିଷ୍ଟ୍ରୀ ଟ୍ରଷ୍ଟ ଓ କାଳୁଆ ନାଟ୍ୟ କଳା ପରିଷଦ ତରଫରୁ ଗୋସାଣୀ ନୂଆ ଗ୍ରାମ ଠାରେ ଆୟୋଜିତ ରଥ ଯାତ୍ରା ଉପଲକ୍ଷେ ଗୋପାଳକୃଷ୍ଣ ରଙ୍ଗ ମଞ୍ଚରେ ରଥ ଯାତ୍ରା ମହୋତ୍ସବ ର ଦ୍ଵିତୀୟ ଦିବସରେ ଓଡିଶୀ ନୃତ୍ୟ ଦର୍ଶକ ମାନଙ୍କ ମନକୁ ଉତ୍ସାହିତ କରିଛି । ଏପରି ଉତ୍ସବ ରେ ଟ୍ରଷ୍ଟ ର ପ୍ରତିଷ୍ଠାତ୍ରୀ ରାମେଶ୍ୱରୀ ନନ୍ଦ ସଂଯୋଜନା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ବଶିଷ୍ଠ ସାମ୍ୱାଦିକ ତଥା କଣ୍ଠଶିଳ୍ପୀ ସୁଦୀପ କୁମାର୍ ସାହୁ ଯୋଗ ଦେଇ କାଯ୍ୟକ୍ରମ ର ଶୁଭାରମ୍ଭ କରି ବା ସହ ଜଗନ୍ନାଥ୍ ଙ୍କ ଏକ ଭଜନ ଗାନ କରିଥିଲେ ।ସମ୍ମାନୀତ ଅତିଥି ରୂପେ କଳା ପରିଷଦ ର ସଭାପତି କୁରେଶ ପଣ୍ଡା, ଶୁଶାନ୍ତ ପାତ୍ର, ଉମେଶ ଚୌଧୁରୀ, କିଶୋର ସାହୁ, ମାନସ ରଞ୍ଜନ ରଥ ଓ ମଡେଲର ପୁଷ୍ପଲତା ପାଣିଗ୍ରାହୀ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଏଠାରେ କଳାକାର ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା,। ଶେଷରେ ରଶ୍ମୀ ଧନ୍ୟ ବାଦ୍ ଅର୍ପଣ କରିଥିଲେ ।ଜୁଲାଇ ୨୩ ତାରିଖ ଯାଏଁ ଏପରି ମହୋତ୍ସବ ଜାରି ରହିବ । ଉତ୍କଳିକା ଅନୁଷ୍ଠାନର ଗୁରୁ ଶେଖର ସୁମନ ମାଝି ଙ୍କ ଉପସ୍ଥିତିରେ ଓଡିଶୀ ସହ ବିଭିନ୍ନ ନୃତ୍ୟ ପରିବେଷଣ କରାଯାଇଥିଲା ।
କଳାଞ୍ଜଳି ତରଫରୁ ରଥଯାତ୍ରା ମହୋତ୍ସବ ଦ୍ୱିତୀୟ ଦିବସରେ





