ବ୍ରହ୍ମପୁର, Mav ସ୍କୁଲ ଦ୍ଵାରା ମହାତ୍ମା ଗାନ୍ଧି ଷ୍ଟାଡିୟମ୍ ଆୟୋଜିତ ହୋଇଥିବI ରାଜ୍ୟ ସ୍ତରୀୟ ହ୍ୟାଣ୍ଡବଲ୍ ପ୍ରତିୟଗିତା ରେ ବ୍ରହ୍ମପୁର ଜୋନ୍ ର 14 ବାଳକ ବିଭାଗରେ ଝାରସୁଗୁଡ଼ା କୁ ହରାଇ ଚମ୍ପିୟାନ ହୋଇଥିଲେ । ଅଣ୍ଡର 17 ବାଳକ ବିଭାଗ ରେ ବାଲେଶ୍ୱର ଜୋନ୍ କୁ ହରାଇ ଚମ୍ପିୟାନ ହୋଇଥିଲେ ଏବଂ ଅଣ୍ଡର 19 ବାଳକ ବିଭାଗ ରେ ବାଲେଶ୍ୱର କୁ ହରାଇ ଚମ୍ପିୟାନ ହୋଇଥିଲେ। ସେହିପରି ବାଳିକା ବିଭାଗ ରେ ଉଣ୍ଡର 17 ରେ ଝାରସୁଗୁଡ଼ା କୁ ହରାଇ ଚମ୍ପିୟାନ ହୋଇଥିଲେ ଏବଂ ଅଣ୍ଡର 19 ରେ ଝାରସୁଗୁଡ଼ା କୁ ହରାଇ ଚମ୍ପିୟାନ। ମାତ୍ର ଅଣ୍ଡର 14 ବାଳିକା ବିଭାଗରେ ଝାରସୁଗୁଡ଼ା ଠୁ ପରାଜିତ ହୋଇଥିଲେ। ଏହି ପ୍ରତିଯୋଗୀତାକୁ ସ୍ଥାନୀୟ ବ୍ରହ୍ମପୁର ମେୟର ଶ୍ରୀ ସଂଘମିତ୍ରା ଦଳାଇ ସ୍କୁଲ୍ ସମ୍ପାଦକ ଶ୍ରୀ କୁମୁଦ୍ ରଂଜନ ପାଢି, ଜୋନାଲ୍ ଇଁଚାର୍ଜ ସିଷ୍ଟର ଦୋରେଟ୍ ଙ୍କ ସହ ସ୍କୁଲ୍ ଅଧ୍ୟକ୍ଷ ଶ୍ରୀ ଦ୍ବାରିକାନାଥ ପଣ୍ଡା ଉପସ୍ଥିତ ରହି ପ୍ରତି ଖେଳାଳି ଙ୍କୁ medal ପ୍ରଦାନ କରିଥିଲେ। ଏହି ପ୍ରତିଯୋଗୀତା କୁ ଅଫିସିଆଲ୍ ରୁପେ N.I.S କୋଚ୍ ଶ୍ରୀ ପ୍ରଶାନ୍ତ କୁମାର ରଥ, ସନ୍ଦୀପ ପାତ୍ର , ରାମାସିଷ ଜେନା, ଦୀପକ ମହାନ୍ତି , ଜ୍ୟୋତି ପାତ୍ର, ହରିଶଙ୍କର ପରିଡା ଙ୍କ ସହ କ୍ରୀଡା ଶିକ୍ଷକ ସୁରେଶ ଚନ୍ଦ୍ର ପାଢି ପରିଚାଳନା କରିଥିଲେ ।
CISCE ରାଜ୍ୟ ହ୍ୟାଣ୍ଡବଲ୍ ପ୍ରତୀୟଗିତI ରେ ବ୍ରହ୍ମପୁର ଜୋନ୍ ର ବିରାଟ ସଫୋଳତI





