ବ୍ରହ୍ମପୁର, ୧/୭ସ୍ଥାନୀୟ ପ୍ରକାଶମ ହଲ ଠାରେ ଶ୍ରୀ ନୀଳମାଧବ ଭଜନ ସମାରୋହ ସମିତି ର ଦ୍ଵିତୀୟ ବାର୍ଷିକ ଉତ୍ସବ ତଥା ଭଜନ ସମାରୋହ ବିଶିଷ୍ଠ ବରିଷ୍ଠ ଉଦଘୋଷକ ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଅଛି l ସଭାପତି ଶ୍ରୀ ମାଧବ ଜେନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଉଦଘାଟକ ଭାବେ ମହାନ ସଂଘ ର ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ଯୋଗଦେଇ ସଙ୍ଗୀତ ବିନା ମଣିଷ ଜୀବନ ରସ ଶୂନ୍ୟ, ସଙ୍ଗୀତ ମଣିଷ ର ଦୁଃଖ ଲାଘବ କରିବା ସହ ମାନସିକ ଭାରସାମ୍ୟ ସନ୍ତୁଳିତ ରଖିଥାଏ ବୋଲି ମତବ୍ୟକ୍ତ କରିବା ସହ ସଂଘ ବହୁ ନୂତନ କଳାକାର ସୃଷ୍ଟି କରିଥିବାରୁ ପ୍ରସଂସା କରିଥିଲେ , ମୁଖ୍ୟଅତିଥି ଭାବେ ଡାକ୍ତର ତିରୁପତି ସାହୁ, ମୁଖ୍ୟ ବକ୍ତା ଭାବେ ଓଡିଶା ବରିଷ୍ଠ ନାଗରିକ ମହାସଂଘ ର ଉପସଭାପତି ଶ୍ରୀ ସିମାଞ୍ଚଳ ପ୍ରସାଦ ବିଷୋୟୀ, ସମ୍ମାନିତ ଅତିଥି ଭାବେ ପଣ୍ଡିତ ଶ୍ରୀ କରୁଣାକର ଦାସ, ଶ୍ରୀ ପ୍ରଶାନ୍ତ କୁମାର ମହାପାତ୍ର, ଶ୍ରୀ ମିହିର ପାଣିଗ୍ରାହୀ, ଅବସର ପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ ଯୋଗ ଦେଇ ଉକ୍ତ ଭବ୍ୟ କାର୍ଯ୍ୟକ୍ରମ କୁ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ଧୂପ ଦ୍ବୀପ ପ୍ରଜ୍ବଳନ କରି ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ମଂଚାସୀନ ସମସ୍ତ ଅତିଥି ଏହି ଭବ୍ୟ ଭଜନ ସମାରୋହ ର ସଫଳ କାମନା କରିଥିଲେ ଓ ସମିତି ର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମ ରେ 40ଜଣ କଣ୍ଠ ଶିଳ୍ପୀ ନିଜ ର ସୁନ୍ଦର କଣ୍ଠ ଦାନ କରି ଉପସ୍ଥିତ ଦର୍ଶକ ମଣ୍ଡଳୀଙ୍କୁ ମନମୁଗ୍ଧକର କରିଥିଲେ.ବିଶିଷ୍ଠ କଳାକାର ତଥା କଣ୍ଠ ଶିଳ୍ପୀ ଶ୍ରୀ ରମେଶ କୁମାର ସେଠୀ ,ଶ୍ରୀ ହରେକୃଷ୍ଣ ଦତ୍ତ ,ଶ୍ରୀ ପ୍ରଶାନ୍ତ କୁମାର ଦାସ ,ଶ୍ରୀ ଅମର କାନ୍ତ ନାୟକ ଙ୍କୁ ମାନପତ୍ର, ଉପଢୌକନା ଏବଂ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସମିତି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ଶେଷ ରେ ମୁଖ୍ୟ ସଂଯୋଜକ ତଥା ବରିଷ୍ଠ ଉଦଘୋଷାକ ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ସମସ୍ତ ଅତିଥି,କର୍ମକର୍ତ୍ତା ଓ ସମସ୍ତ ସାମ୍ବାଦିକ ବନ୍ଧୁ,କଳାକାର, କଣ୍ଠ ଶିଳ୍ପୀ ଏବଂ ଦର୍ଶକ ମଣ୍ଡଳୀ ଯୋଗଦାନ କରି କାର୍ଯ୍ୟକ୍ରମ କୁ ସରସ ସୁନ୍ଦର ଓ ସଫଳ କରିଥିବାରୁ ଧନ୍ୟବାଦ ପ୍ରଦାନ କରିଥିଲେ l




