“ବୀମା ନଗର କଲ୍ୟାଣ ସମିତି” ଗଠନ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମହାନଗର ନିଗମ ଓ ବିଡଏ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ

Pradeep Kar

ବ୍ରହ୍ମପୁର, ତା ୨/୬ ବ୍ରହ୍ମପୁର ମହାନଗର ନିଗମର ୪୨ ନଂ ୱାର୍ଡ ଅନ୍ତର୍ଗତ ବୀମାନଗର ଅଞ୍ଚଳର ରାସ୍ତା, ନାଳ, ପାନୀୟଜଳ ଓ ପରିମଳ ସମସ୍ୟାର ସମାଧାନ ତଥା ସାମଗ୍ରିକ ବିକାଶ ପାଇଁ ଅଞ୍ଚଳର ବାସିନ୍ଦାଙ୍କ ଦ୍ୱାରା “ବୀମା ନଗର୍ କଲ୍ୟାଣ ସମିତି” ଗଠନ କରାଯାଇଛି। ଆମ୍ବପୁଆ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ଏକ ସାଧାରଣ ବୈଠକରେ ସର୍ବସମ୍ମତି କ୍ରମେ ଏହି ସମିତି ଗଠନ କରାଯାଇଥିଲା। ବୈଠକରେ ସର୍ବସମ୍ମତି କ୍ରମେ ଶିଶିର କୁମାର ଦାସଙ୍କୁ ସଭାପତି, ପ୍ରତାପ ମହାନ୍ତିଙ୍କୁ ସମ୍ପାଦକ, ତାରିଣୀ ଚରଣ ସାହୁଙ୍କୁ ଉପସଭାପତି, ନିରଞ୍ଜନ ଗୌଡ଼ କୋଷାଧ୍ୟକ୍ଷ ଏବଂ ଶିବ ଶଙ୍କର ବିଶ୍ୱାଳ ସହସମ୍ପାଦକ ରୂପେ ନିର୍ବାଚିତ କରାଯାଇଛି।ଏହି ଅବସରରେ ନବ ନିର୍ବାଚିତ ସଭାପତି ଦାସ କହିଛନ୍ତି ଯେ, “ବୀମାନଗର ସମସ୍ତ ଲାଇନର ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ରହିଛି। ଡ୍ରେନ୍ ସମସ୍ୟା ଯୋଗୁଁ ଜଳବନ୍ଦୀ ହେଉଛି। ବିଡିଏ ଖୋଲା ସ୍ଥାନ ଅବ୍ୟବହୃତ ପଡ଼ିଛି। ଏସବୁ ସମସ୍ୟାର ସମାଧାନ ପାଇଁ ଆମେ ମହାନଗର ନିଗମ ଓ ବିଡଏ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ କରାଯିବ”ସାଧାରଣ ସମ୍ପାଦକ ମହାନ୍ତି କହିଛନ୍ତି, “ସମିତି ଖୁବ୍ ଶୀଘ୍ର ପଞ୍ଜୀକୃତ କରାଯାଇ ନିର୍ବାଚିତ ରାଜନୈତିକ ପ୍ରତିନିଧି ଓ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରି ବୀମାନଗର ଅଞ୍ଚଳର ରାସ୍ତା, ଡ୍ରେନ୍, ପାନୀୟଜଳ ଓ ବିଡ଼ିଏ ଖୋଲା ସ୍ଥାନ ସମସ୍ୟାର ସମାଧାନ କରି ଅଞ୍ଚଳର ଉନ୍ନତି ପାଇଁ ସମିତି ଉଦ୍ୟମ କରିବ।” ଇଂଜିନିଅର ସରୋଜ କୁମାର ପ୍ରହରାଜଙ୍କ ଉଚିତ ମାର୍ଗଦର୍ଶନ ଓ ସହଯୋଗରେ ସମିତି ସୁରୁଖୁରୁରେ ଗଠନ ହୋଇପାରିଲା। ବୈଠକରେ ଅଞ୍ଚଳର ବହୁ ବୟୋଜ୍ୟେଷ୍ଠ ବ୍ୟକ୍ତି, ମହିଳା ଓ ଯୁବକ ଉପସ୍ଥିତ ଥିଲେ। ସ୍ଥାନୀୟ କର୍ପୋରେଟର ତଥା ଡେପୁଟି ମେୟର ଇଂ ବିବେକ ରେଡ୍ଡୀଙ୍କୁ ଅଂଚଳର ନାଳ, ରାସ୍ତା, ପାର୍କ ଉନ୍ନତିକରଣ ନିମନ୍ତେ ଦାବୀ ପତ୍ର ବୈଠକରେ ପ୍ରଦାନ କରାଯାଇଥିଲା। ସେ ସମସ୍ତ ଦାବୀ ଅତି ଶୀଘ୍ର ପୂରଣ କରିବେ ବୋଲି ଆମକୁ ଆଶ୍ୱାସନା ଦେଲେ। ଶେଷରେ ଅର୍ଣ୍ଣ ପ୍ରସାଦ ସେବନ କରାଯାଇଥିଲା।

Also Read

Tags