ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରାଧାଦେଇପୁର ପଞ୍ଚାୟତ ୨୦୧୭ ମସିହାରେ ନୂତନ ଭାବେ ଗଠିତ ହୋଇଥିଲା। ଆଗାମୀ ୨୦୨୭ ପଞ୍ଚାୟତ ନିର୍ବାଚନକୁ ନେଇ ଏବେଠାରୁ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଚର୍ଚ୍ଚା ମଧ୍ୟରେ ଯୁବ ସମାଜସେବୀ ସଂକର୍ଷଣ ରଥଙ୍କ ନାମକୁ ନେଇ ବିଭିନ୍ନ ମହଲରେ ଆଲୋଚନା ହେଉଥିବା ଦେଖାଯାଉଛି। ଜନ୍ମଠାରୁ ମୃତ୍ୟୁ, ପୂଜାପର୍ବଠାରୁ ସାଧାରଣ ଲୋକଙ୍କ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ତାଙ୍କ ଉପସ୍ଥିତିକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ରହିଛି। ତେବେ ୨୦୨୭ ପଞ୍ଚାୟତ ନିର୍ବାଚନରେ ସଂକର୍ଷଣ ରଥ ପଞ୍ଚାୟତ ପ୍ରତିନିଧି ଭାବେ ମଇଦାନକୁ ଓହ୍ଲାଇବେ କି ନାହିଁ, ତାହା ଏବେ ସ୍ପଷ୍ଟ ହୋଇନାହିଁ। ତଥାପି ତାଙ୍କ ନାମକୁ ନେଇ ରାଧାଦେଇପୁର ପଞ୍ଚାୟତର ଛକଠାରୁ ଚା’ ଖଟି ପର୍ଯ୍ୟନ୍ତ ଆଲୋଚନା ଜୋର ଧରିଥିବା ଶୁଣିବାକୁ ମିଳୁଛି।
ରାଧାଦେଇପୁର ପଞ୍ଚାୟତରେ ଯୁବ ସମାଜସେବୀଙ୍କୁ ନେଇ ଚର୍ଚ୍ଚା





