ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରିକୁ ନେଇ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

Pradeep Kar

ବାରିପଦା -31/10 ମୟୂରଭଞ୍ଜ ଜିଲ୍ଲାରେ ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି ଘଟଣାକୁ ନେଇ ତେଜିଲା ଜନ ଅସନ୍ତୋଷ I ବାରମ୍ବାର ଟ୍ରାନ୍ସଫର୍ମର ଚୋରି ହେଉଥିଲେ ମଧ୍ୟ ଚୋରଙ୍କ ଟେର୍ ପାଉନି ପୋଲିସ I ଅନ୍ୟପଟେ ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଅନ୍ଧାରରେ ରହୁଛନ୍ତି ଗ୍ରାମବାସୀ I ବାରମ୍ବାର ଚୋରି ହେଉଛି ବିଦ୍ୟୁତ ଟ୍ରାନ୍ସଫର୍ମର, ଅନ୍ଧାରରେ ରହୁଛନ୍ତି ଗ୍ରାମବାସୀ.. ଏପରିକି ବିଦ୍ୟୁତ ବିଭାଗ ମଧ୍ୟ ଘଟଣାକୁ ଗୁରୁତ୍ୱ ଦେଉନଥିବା ଅଭିଯୋଗ କରିଛନ୍ତି ଏଭଳି ଅବ୍ୟବସ୍ଥାକୁ ନେଇ ଶୂଳିଆ ପଦା ଥାନା ଅନ୍ତର୍ଗତ ଅନ୍ତର୍ଗତ କୁଜିଡ଼ିହି ପଞ୍ଚାୟତର କଟାରିକଟା ଗ୍ରାମବାସୀଙ୍କ ମଧ୍ୟରେ ଦେଖାଦେଇଥିଲା ତୀବ୍ର ଅସନ୍ତୋଷ.ବାରମ୍ବାର ଟ୍ରାନ୍ସଫର୍ମର ଚୋରି ହେଉଥିବା ବେଳେ ଚୋରଙ୍କୁ ଧରିବାରେ ପୋଲିସ ବିଫଳ ହେଉଥିବା ଅଭିଯୋଗ କରି ବାରିପଦା-ଗଡ଼ିଆ ମୁଖ୍ୟ ରାସ୍ତା ଏବଂ କେନାଲ ରାସ୍ତାକୁ ଅବରୋଧ କରିଥିଲେ ଗ୍ରାମବାସୀ.ବର୍ଷା ସମୟରେ ବିଦ୍ୟୁତ ସେବା ବନ୍ଦ ରହିବାରୁ ଦୈନନ୍ଦିନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ବିଦ୍ୟୁତ ବିଭାଗର ନିରବତା ଗ୍ରାମବାସୀଙ୍କ ଅସନ୍ତୋଷକୁ ଆହୁରି ବଢ଼ାଇ ଦେଇଥିଲା I ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ଯୋଗୁଁ ଯାତାୟାତରେ ବାଧା ସୃଷ୍ଟି ହୋଇଥିଲା I ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ସୁଳିଆପଦା ପୋଲିସ I ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ ଆନ୍ଦୋଳନ ହଟାଇବାକୁ ଉଦ୍ୟମ କରିଥିଲା I ଏହାପରେ ଗ୍ରାମବାସୀ ମୋରଡା ବିଧାୟକ ତଥା କ୍ୟାବିନେଟ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ I ମନ୍ତ୍ରୀ ଗୋଟିଏ ଦିନ ମଧ୍ୟରେ ନୂତନ ବିଦ୍ୟୁତ ଟ୍ରାନ୍ସଫର୍ମର ବସାଇବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧରୁ ହଟିଥିଲେ ଗ୍ରାମବାସୀ I ଫଳରେ ସ୍ୱାଭାବିକ ହୋଇଥିଲା ଯାତାୟାତ I

Also Read

Tags