ବରଗଡ଼:-୨୭/୧୦(ନବୀନ କୁମାର ଦାଶ)ଜନଗଣନା- ୨୦୨୭ର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକୁ ସୁଚାରୁ,ସଠିକ୍ ଓ ସଫଳତାର ସହ ସମ୍ପାଦନ କରିବା ଉଦ୍ଦେଶ୍ୟରେ ଅନୁଷ୍ଠିତ ହେବାକୁଥିବା ଦୁଇଦିନିଆ ପ୍ରଶିକ୍ଷଣ ଶିବିରର ପ୍ରଥମ ଦିବସ ଆଜି ବରଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି।ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁଙ୍କ ଅଧ୍ୟକ୍ଷତାରେ ଆୟୋ ଜିତ ଏହି ଦୁଇଦିନିଆ ପ୍ରଶିକ୍ଷଣ ଶିବିରର ପ୍ରଥମ ଦିନରେ ଡେପୁଟି କଲେକ୍ଟର ସୁମତି ପଣ୍ଡା,ସମସ୍ତ ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପରିସଂଖ୍ୟାନ ବିଭାଗର ଅଧିକାରୀ,କର୍ମଚାରୀଙ୍କ ସମେତ ବିଭିନ୍ନ ଚାର୍ଜ ଅଫିସ ର,ଡିଲିଂ ଆସିଷ୍ଟାଣ୍ଟ ଏବଂ ଟେକ୍ନିକାଲ ଆସିଷ୍ଟାଣ୍ଟ ମାନେ ଉପସ୍ଥିତ ଥିଲେ।ଏହି ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରର ପ୍ରଥମ ଦିବସରେ ଜନ ଗଣନାର ଦ୍ୱିତୀୟ ପର୍ଯ୍ୟାୟ ସମ୍ପର୍କିତ ବିଭିନ୍ନ ନିୟମାବଳୀ, ନିର୍ଦ୍ଦେଶାବଳୀ ଓ କାର୍ଯ୍ୟପଦ୍ଧତି ସମ୍ପର୍କରେ ବିସ୍ତୃତ ତାଲିମ ପ୍ରଦାନ କରାଯାଇଛି।ସ୍ବାଗଣନା ଉପରେ ଗୁରୁତ୍ୱ ଦେବା ସମ୍ବନ୍ଧେ, ଜନଗଣନା କାର୍ଯ୍ୟରେ ନିୟୋଜିତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ନିଜ ନିଜର ଦାୟିତ୍ୱ ଏବଂ କର୍ତ୍ତବ୍ୟ ସମ୍ପର୍କରେ ଅବଗତ କରାଯିବା ସହିତ ତଥ୍ୟ ସଂଗ୍ରହରେ ସଠିକତା, ଗୋପନୀୟତା ରକ୍ଷା ଓ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପାଦନ ଉପରେ ଗୁରୁତ୍ୱ ଦିଆଯାଇଛି।ଜନଗଣନା ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ କାର୍ଯ୍ୟ ହୋଇଥିବାରୁ ଏହାର ଦ୍ୱିତୀୟ ପର୍ଯ୍ୟାୟକୁ ସଫଳ କରିବା ନିମନ୍ତେ ସମସ୍ତ ସମ୍ପୃକ୍ତ ଅଧିକାରୀ ଓ କର୍ମ ଚାରୀଙ୍କୁ ନିଷ୍ଠା,ଦାୟିତ୍ୱ ବୋଧ ଓ ସମନ୍ୱୟର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦିଆ ଯାଇଛି।
ବରଗଡ଼ରେ ଜନଗଣନା-୨୦୨୭ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ





