ସଂସ୍କାର ଆଗରେ ନଇଁଲା ମଥା ଶପଥ ଗ୍ରହଣ ମଞ୍ଚରେ ହୃଦୟସ୍ପର୍ଶୀ ଦୃଶ୍ୟ

Pradeep Kar

ଆଜି ପଶ୍ଚିମବଙ୍ଗରେ ବିଜେପି ସରକାରର ଶପଥ ଗ୍ରହଣ ଉତ୍ସବରେ ଦେଖିବାକୁ ମିଳିଥିଲା ସମ୍ମାନ ଓ ସଂସ୍କାରର ଦୃଶ୍ୟ | ସତ୍ତାର ମଞ୍ଚରେ 98 ବର୍ଷୀୟ ମାଖନଲାଲ ସରକାରଙ୍କ ପାଦ ଛୁଇଁ ଆର୍ଶିବାଦ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ୧୯୫୨ ମସିହାରେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସହ କାମ କରି ଜେଲେ ଯାଇଥିଲେ ମାଖନଲାଲ | ସବୁଠୁ ବୟସ୍କ ବିଜେପି କର୍ମୀ ମାଖନଲାଲ୍ ସରକାର ଥିଲେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସହଯୋଗୀ | ଦେଶ ସ୍ୱାଧିନତା ବେଳେ ଲଢ଼ିଥିଲେ, ଇଂରେଜଙ୍କ ବିରୋଧରେ ଲେଖିଥିଲେ ବୈପ୍ଲବିକ ସଙ୍ଗୀତ |ତେଣୁ ଯେତେବେଳେ ତ୍ୟାଗ ଓ ତପସ୍ୟା ଆଗରେ ମଥା ନଇଁ ଯାଏ ସେତେବେଳେ ସମ୍ମାନ ଓ ସଂସ୍କାରର ପରିଭାଷା କିଛି ନିଆଁରା ହୋଇଥାଏ |

Also Read

Tags