କ୍ୟାମ୍ପସରେ କ୍ୟାମ୍ପେନ, ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଜମୁଛି ଛାତ୍ର ନିର୍ବାଚନୀ ମାହୋଲ

Pradeep Kar

କଳାହାଣ୍ଡି : ବିଷ୍ଣୁ ଚରଣ ସ୍ୱାଇଁ, 13.10.2026 ଭବାନୀପାଟଣା କ୍ୟାମ୍ପସରେ କ୍ୟାମ୍ପେନ, କ୍ଲାସ୍‌ରୁମ୍‌ରେ ଭୋଟ୍ ପାଇଁ କସରତ। କ୍ୟାମ୍ପସ ବାହାରେ ଢୋଲ ବାଜାର ତାଳେ ତାଳେ ଝୁମୁଛନ୍ତି ଛାତ୍ରଛାତ୍ରୀ। କେଉଁଠି ଭୋଜିଭାତର ଆସର ତ ଆଉ କେଉଁଠି ନିଆରା ଢଙ୍ଗରେ ପ୍ରଚାର। ଛାତ୍ର ନିର୍ବାଚନକୁ ନେଇ ଏବେ ସରଗରମ ହୋଇଉଠିଛି କ୍ୟାମ୍ପସ ପରିବେଶ। ପ୍ରତିଟି ଭୋଟ୍ ହାତେଇବାକୁ ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି ଜୋରଦାର ପ୍ରତିଯୋଗିତା। ଆଉ ମାତ୍ର ଦିନକ ପ୍ରଚାର ସମୟ ବାକି ଥିବାରୁ ଭୋଟରଙ୍କ ମନ ଜିଣିବାକୁ ଲାଗିପଡ଼ିଛନ୍ତି ପ୍ରାର୍ଥୀ। ଏଭଳି ନିର୍ବାଚନୀ ମାହୋଲ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ।କ୍ଲାସ୍‌ରୁମ୍‌ରୁ କ୍ୟାମ୍ପସ, ଗୋଟିଏ ପରେ ଗୋଟିଏ ସ୍ଥାନରେ ପହଞ୍ଚି ଭୋଟ୍ ଭିକ୍ଷା କରୁଛନ୍ତି ପ୍ରାର୍ଥୀ। କିଏ ପୁସିଂ କାର୍ଡ ବାଣ୍ଟି ନିଜ ସପକ୍ଷରେ ସମର୍ଥନ ଯୋଗାଡ଼ କରୁଛନ୍ତି, ତ ଆଉ କିଏ ଛାତ୍ରଛାତ୍ରୀଙ୍କ ସହ ଗୋଷ୍ଠୀ ଆଲୋଚନା କରି ଭୋଟ୍ ହାତେଇବାକୁ ଉଦ୍ୟମ କରୁଛନ୍ତି। ନିଜ ନିଜର ପ୍ରତିଶ୍ରୁତି ଓ ନିର୍ବାଚନୀ ରଣନୀତି ନେଇ ଭୋଟରଙ୍କ ପାଖରେ ପହଞ୍ଚୁଛନ୍ତି ପ୍ରାର୍ଥୀ। ଅନ୍ୟପଟେ, କେତେକ ପ୍ରାର୍ଥୀଙ୍କ ପକ୍ଷରୁ ଢୋଲ ବାଜା ଓ ନାଚଗୀତ ମାଧ୍ୟମରେ ପ୍ରଚାର କରାଯାଉଥିବା ବେଳେ କ୍ୟାମ୍ପସରେ ଦେଖିବାକୁ ମିଳୁଛି ଉତ୍ସାହର ମାହୋଲ। ପ୍ରତିଟି ଭୋଟ୍ ପ୍ରାର୍ଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ କାହାକୁ ମିଳିବ ଛାତ୍ରଛାତ୍ରୀଙ୍କ ସମର୍ଥନ, ତାହାକୁ ନେଇ ଚାଲିଛି ଅଙ୍କକଷା। ତେବେ ରଙ୍ଗିନ୍ ପ୍ରଚାର ଓ ଆକର୍ଷଣୀୟ ରଣନୀତି ଭିତରେ ଛାତ୍ରଛାତ୍ରୀ କେଉଁ ପ୍ରସଙ୍ଗକୁ ଗୁରୁତ୍ୱ ଦେଉଛନ୍ତି, ତାହା ନିର୍ବାଚନ ଫଳାଫଳରେ ନିର୍ଣ୍ଣାୟକ ହୋଇପାରେ। ନିର୍ବାଚନ ପୂର୍ବରୁ ଶେଷ ପର୍ଯ୍ୟାୟରେ ପ୍ରାର୍ଥୀଙ୍କ ରଣନୀତି ଓ ଭୋଟରଙ୍କ ମନୋଭାବକୁ ନେଇ ଏବେ ଚଳଚଞ୍ଚଳ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ।

Also Read

Tags