ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ପାଇଁ ଏକ ହୁଅ I ଭୋଟ ଚୋର ଜ୍ଞାନେଶ କୁମାରକୁ ବରଖାସ୍ତ କର

Pradeep Kar

SIR ବାତିଲ କର ଓ ଭୋଟ ତାଲିକାରୁ ବେଆଇନଭାବେ ବାଦ ଦିଆଯାଇଥିବା 13 କୋଟି ଭୋଟରଙ୍କୁ ସାମିଲ କର ଦାବୀରେ ଯନ୍ତର ମନ୍ତରରେ ଶାନ୍ତିପୂର୍ଣ୍ଣ ଭାବେ ଆୟୋଜିତ ହେଉଥିବା ଆନ୍ଦୋଳନ ଉପରେ ପୋଲିସର ଦମନଲୀଳାକୁ ସିପିଏମ ଓ ସିପିଆଇ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। କେନ୍ଦ୍ରର ମୋଦି ସରକାର ପରିଚାଳିତ ଦିଲ୍ଲୀ ପୋଲିସର ଅଗଣତାନ୍ତ୍ରିକ ଓ ବର୍ବରଚିତ କାର୍ଯ୍ୟ ଦେଶରେ ଅଘୋଷିତ ଜରୁରୀ କାଳୀନ ପରିସ୍ଥିତି ଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଅଭିଯୋଗ କରିଛନ୍ତି। ଆନ୍ଦୋଳନ କାରୀଙ୍କୁ ଆନ୍ଦୋଳନ ସ୍ଥାନକୁ ନଛାଡିବା,ବିରୋଧୀ ଦଳର ଅଫିସ ଗୁଡିକୁ ଘେରା ବନ୍ଦି କରିରଖିବା, ଦିଲ୍ଲୀକୁ ଆସୁଥିବା 256 ଟ୍ରେନକୁ ବାତିଲ କରିବା ,ଦିଲ୍ଲୀର ସମସ୍ତ ପ୍ରବେଶ ପଥ ଗୁଡିକୁ ସିଲ କରିବା, ଉଡାଯାହାଜ ଭିତରୁ ବିଭିନ୍ନ ସଂଗଠନର ନେତୃତ୍ୱକୁ ଗିରଫ କରିବା, ଦିଲ୍ଲୀର ବିଭିନ୍ନ ହୋଟେଲ ଓ ଧର୍ମଶାଳା ରେ ରହିଥିବା ଲୋକଙ୍କୁ ହଇରାଣ ହରକତ କରିବା ଓ ଶାନ୍ତିପୂର୍ଣ୍ଣ ଭାବେ ପଟୁଆର ପାଇଁ ଏକତ୍ରିତ ହେଉଥିବା ବିରୋଧୀ ଦଳର ନେତା ଓ କର୍ମୀଙ୍କୁ ଗିରଫ କରି ଦିଲ୍ଲୀ ବାହାରେ ଛାଡିବା ଭଳି କାର୍ଯ୍ୟ ବିଜେପିର ତାନାସାହି ଶାସନର ନମୁନା ବୋଲି ଅଭିଯୋଗ କରିଥିଲେ।କେନ୍ଦ୍ରର ମୋଦି ସରକାର ଭୋଟ ଚୋର ଜ୍ଞାନେଶ କୁମାରକୁ ବରଖାସ୍ତ କରିବା ପରିବର୍ତ୍ତେ ଆନ୍ଦୋଳନକୁ ଭଣ୍ଡୁର କରିବା ଚକ୍ରାନ୍ତରୁ କ୍ଷାନ୍ତ ରହିବା ପାଇଁ ସତର୍କ କରାଯାଇଛି। ଦେଶରେ ନିରପେକ୍ଷ ନିର୍ବାଚନ କରିବା ପାଇଁ ଜ୍ଞାନେଶ କୁମାରକୁ ବରଖାସ୍ତ କରବା ଜରୁରୀ ବୋଲି ଦାବୀ କରାଯାଇଛି। ସେହିଭଳି ସମସ୍ତ ନାଗରିକଙ୍କୁ ଭୋଟ ଦାନର ଅଧିକାର ଦେବାପାଇଁ SIR ରେ ବାଦ ଦିଆଯାଇଥିବା 13 କୋଟି ଭୋଟରଙ୍କୁ ଅତିଶୀଘ୍ର ତାଲିକାରେ ସାମିଲ କରିବା ପାଇଁ ଦାବୀ କରାଯାଇଛି।ଅନ୍ୟଦିଗରେ ବିଜେପିର ବିଜୟକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟ ନିର୍ବାଚନ କମିଶନର ନିରପେକ୍ଷ ଭାବେ କାର୍ଯ୍ୟ କରିବା ପରିବର୍ତେ ମୋଦି ସାହାଙ୍କ ହାତବାରିଷୀ ଭାବେ କାର୍ଯ୍ୟ କରୁଛି। ତେଣୁ ଅବିଳମ୍ବେ ଜ୍ଞାନେଶ କୁମାରର ବରଖାସ୍ତ ପାଇଁ ଦାବି କରାଯାଇଛି। କେନ୍ଦ୍ର ସରକାର ନିଜର ହୀନ ସ୍ୱାର୍ଥ ଚରିତାର୍ଥ କରିବା ପାଇଁ ତାନାସାହି ଶାସନ କାଏମ କରିବାକୁ ଚାହିଁଲେ ଦେଶର ଛାତ୍ର, ଯୁବକ ଓ ଭୋଟର ଉଚିତ ଜବାବ ଦେବେ ବୋଲି କହିଥିଲେ। ଆଜି ପୁରୁଣା ବସ ଷ୍ଟାଣ୍ଡରେ ସିପିଏମ ଓ ସିପିଆଇ ପକ୍ଷରୁ ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ସିପିଏମର ଯୁଧିଷ୍ଠିର ବେହେରା, ପ୍ରତାପ ଚୌଧୁରୀ, ଗୋପାଳ ପଣିଗ୍ରାହୀ, ଗୋକୁଳ ତ୍ରିପାଠୀ, ଲୋକନାଥ ଖୁଣ୍ଟିଆ, ମଧୁ ବେହେରା, ରାଜ ରାଓ, ରାମା ରାଓ ସିପିଆଇର ପ୍ରକାଶ ପାତ୍ର, ପ୍ରଦୀପ ସେଠି, ନୀଳକଣ୍ଠ ଦାସ, କାମଦେବ ନାହାକ ,ରମେଶ ପାଢ଼ୀ ଓ ପ୍ରଫୁଲ ଜେନା ପ୍ରମୁଖ ଯୋଗ ଦେଇଥିଲେ।

Also Read

Tags