ଗଞ୍ଜାମ ବ୍ଲକ ପୋଇରାଶି ପଞ୍ଚାୟତରେ ବିଜେପି ର ମିଶ୍ରଣ ପର୍ବ

Pradeep Kar

ରମ୍ଭା, ତା – ୧୩/୦୫/୨୦୨୬ : ଛତ୍ରପୁର ନିର୍ବାଚନ ମଣ୍ଡଳୀର ଗଞ୍ଜାମ ବ୍ଲକ ପୋଇରାଶି ପଞ୍ଚାୟତ ଅନ୍ତର୍ଗତ ବଳରାମଚନ୍ଦ୍ର ପୁର ଗ୍ରାମର ନୀଳକଣ୍ଠେଶ୍ଵର ମନ୍ଦିର ପ୍ରାଙ୍ଗଣରେ ବିଜେପିର ଶତାଧିକ କର୍ମୀଙ୍କୁ ନେଇ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l ଏହି ମିଶ୍ରଣ ପର୍ବରେ ସମ୍ମାନିତ ଅତିଥି ଭାବେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ , ମହିଳା ଉପ ସଭାନେତ୍ରୀ ରଶ୍ମିରାଣୀ ମହାପାତ୍ର, ଜିଲ୍ଲା ସମ୍ପାଦକ ଏନ. ଦୁର୍ଯ୍ୟୋଧନ ରେଡ୍ଡୀ, ଜିଲ୍ଲା ସମ୍ପାଦକ ବସନ୍ତ ବେହେରା, ଖାଲ୍ଲୀ ରେଡ୍ଡୀ, ବିଧାୟକ ପ୍ରତିନିଧି ମାନସ ନାହାକ, ପ୍ରମୁଖ ମଞ୍ଚାସିନ ଅତିଥି ମାନଙ୍କୁ ଉପଢୌକନ ସହ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା କରାଯାଇଥିଲା l ମଞ୍ଚ ପରିଚାଳନା କରିଥିଲେ ଏସ. ସି ମୋର୍ଚ୍ଚା ଜିଲ୍ଲା ସଭାପତି କୀର୍ତ୍ତନ ଦାସ, ଜିଲ୍ଲା ସମ୍ପାଦକ ବିମ୍ବାଧର ବେହେରା l ସର୍ବ ପ୍ରଥମେ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ସାମୁହିକ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା l ଆସନ୍ତା ପଞ୍ଚାୟତ ନିର୍ବାଚନରେ ସମସ୍ତେ ଭାଇ ଭାଇ ହୋଇ ମିଶି ନିର୍ବାଚନ ଲଢ଼ିବା l ତତ ସଙ୍ଗେ ସଙ୍ଗେ ଡବଲ ଇଞ୍ଜିନ ସରକାରଙ୍କ ସମସ୍ତ ନିୟମ ପାଳନ କରି ଆଗକୁ ବଢିବା ବୋଲି ବିଧାୟକ ମତ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ସୁରଥ ପ୍ରଧାନ, ରଘୁନାଥ ସାହୁ, ଗୀତାଞ୍ଜଳି ବେହେରା, ପୂର୍ବତନ ଉପାଧ୍ୟାକ୍ଷ ଭାଗିରଥି ରେଡ୍ଡୀ, ମଲାଡ଼ ସମିତି ସଭ୍ୟା ପ୍ରତିନିଧି ଲିଙ୍ଗରାଜ ମହାପାତ୍ର, ଉମୁରି ସରପଞ୍ଚ ଟୁକୁନା ତ୍ରିପାଠୀ,ଉପସ୍ଥିତ ରହିଥିଲେ l ମିଶ୍ରଣ ପର୍ବରେ ପୋଇରାଶି ଗ୍ରାମ ପଞ୍ଚାୟତ ର ସରପଞ୍ଚ ରବୀନ୍ଦ୍ର ନାଥ ବେହେରା, ପୂର୍ବତନ ସମିତି ସଭ୍ୟ ବନବାସୀ ଖୁଣ୍ଟିଆ, ପ୍ରାକ୍ତନ ସମିତି ସଭ୍ୟ ପୂର୍ଣ୍ଣ ଚନ୍ଦ୍ର ସେଠୀ, ପ୍ରାକ୍ତନ ସରପଞ୍ଚ ବଂଶୀଧର ବେହେରା, ନ୍ୟାୟ ସରପଞ୍ଚ ଆର. ଡାଳିମ୍ବ ରେଡ୍ଡୀ, ପୋଇରାଶି ପଞ୍ଚାୟତର ପୋଇରାଶି ଗ୍ରାମ, ବଳରାମଚନ୍ଦ୍ର ପୁର, କଣ୍ଟିଆପଲ୍ଲୀ, ବରପଲ୍ଲୀ, ଭୁଆଁଭୂଇଁ, ବଡ଼ ଚକଡା, ତାରିଣୀ ପଲ୍ଲୀ, ନୁଆଁ ପଲ୍ଲୀ, ଗ୍ରାମର ଶତାଧିକ କର୍ମୀ ବିଜେଡି ଛାଡି ବିଜେପି ରେ ସାମିଲ ହୋଇଥିଲେ l ପରିଶେଷରେ ବିଧାୟକ ପ୍ରତିନିଧି ମାନସ ନାହାକ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ l

Also Read

Tags