*ଭରତୀୟ ଜନତା ପାର୍ଟି ତରଫରୁ ବମକୋଇ ମଣ୍ଡଳ ଅନ୍ତର୍ଗତ ଗୌଡ଼ଗାଁ ନିକଟସ୍ଥ ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ “ପଣ୍ଡିତ ଦୀନଦୟାଳ ଉପାଧ୍ୟାୟ ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବିର” ସଫଳତାର ସହିତ ଆୟୋଜିତ ହୋଇଥିଲା । ଏହି ପ୍ରଶିକ୍ଷଣ ଶିବିରରେ ଦଳର ନୀତି, ଆଦର୍ଶ ଓ ସଂଗଠନକୁ ଆହୁରି ସୁଦୃଢ କରିବା ଉଦ୍ଦେଶ୍ୟରେ ବିଭିନ୍ନ ବିଷୟରେ ଆଲୋଚନା ଓ ପ୍ରଶିକ୍ଷଣ ଦିଆଯାଇଥିଲା ।ଶିବିରରେ ମୁଖ୍ୟ ଅତିଥି ଓ ବକ୍ତାମାନେ କାର୍ଯ୍ୟକର୍ତ୍ତାଙ୍କୁ ସମାଜ ସେବା, ଜନସମ୍ପର୍କ ବୃଦ୍ଧି ଏବଂ ବିଜେପି ଦଳର ଲକ୍ଷ୍ୟ ଓ ଆଦର୍ଶକୁ ଗାଁ ଗାଁରେ ପହଞ୍ଚାଇବା ପାଇଁ ଆହ୍ୱାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବମକୋଇ ମଣ୍ଡଳର ଓ ଗଞ୍ଜାମ ଜିଲ୍ଲା ସ୍ତରୀୟ ବହୁ କାର୍ଯ୍ୟକର୍ତ୍ତା ଓ ପଦାଧିକାରୀମାନେ ସକ୍ରିୟ ଭାବେ ଯୋଗଦେଇଥିଲେ ।
ଭରତୀୟ ଜନତା ପାର୍ଟି ତରଫରୁ “ପଣ୍ଡିତ ଦୀନଦୟାଳ ଉପାଧ୍ୟାୟ ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବିର”





