କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସିପିଏମର ଅନ୍ୟତମ ସର୍ବୋଚ୍ଚ ନେତା ପିନାରାଇ ବିଜୟନଙ୍କଘରେ ED ତଲାସିକୁ ସିପିଏମ ଦୃଢ଼ ନିନ୍ଦାକରିଛି।ଏହା ବିରୋଧୀଙ୍କ କଣ୍ଠରୋଧ ଓ ବଦନାମ କରିବା ପାଇଁ ବଜେପିର ହୀନ ଚକ୍ରାନ୍ତ ବୋଲି ଅଭିଯୋଗ କରିଛି।ବିଜେପି ଏହି ତରିକା ଅବଲମ୍ବନ କରି ସିପିଏମ କର୍ମୀଙ୍କୁ ଦୁର୍ବଳ କରି ପାରିବ ନାହିଁ କି କେରଳରେ କ୍ଷମତା ହାତେଇବା ସ୍ୱପ୍ନ ସଫଳ ହେବନାହିଁ ବୋଲି ପାର୍ଟି ପକ୍ଷରୁ ସ୍ୱଷ୍ଟ କରାଯାଇଛି।ବିଜୟନ ଦୀର୍ଘ 60 ବର୍ଷ ଧରି କେରଳର ଗରୀବ ,ଖଟିଖିଆ, ମେହନତି ମଣିଷ ପାଇଁ ଲଢ଼ି ଆସିଛନ୍ତି।ଏଥିପାଇଁ ସେ କଂଗ୍ରେସ ଓ ବଜେପି ଉଭୟଙ୍କର ଆକ୍ରମଣର ଶିକାର ହୋଇଛନ୍ତି।କିନ୍ତୁ ସେ କେବେବି ହାରି ନାହାଁନ୍ତି ବରଂ ଉଚିତ ଜବାବ ଦେଇଛନ୍ତି।ତାଙ୍କର ନିଷ୍ଠାପର କାର୍ଯ୍ୟ ଯୋଗୁଁ କେରଳବାସୀଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି।କେରଳର ପ୍ରଥମ ବ୍ୟକ୍ତି ଭାବେ ଲଗାତର ଦୁଇଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି।ତାଙ୍କ ସରକାର ସମୟରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଓ ବାଣିଜ୍ୟ କ୍ଷେତ୍ରରେ ଅନେକ ସାଫଲ୍ୟ ଅର୍ଜ୍ଜନ କରିଛନ୍ତି।ରାଜ୍ୟରେ 96 ପ୍ରତିଶତ ଶିକ୍ଷିତ, ଅତି ଦରିଦ୍ର ଲୋପ କରିବା, କୋଭିଡ ପରିଚାଳନା ପାଇଁ UN ରୁ ପୁରସ୍କାର ପାଇବା, ସମସ୍ତ ଗୃହ ହୀନକୁ ଘର ଯୋଗାଇଦେବା, ଡିଗ୍ରୀ ପର୍ଯ୍ୟନ୍ତ ମାଗଣା ଶିକ୍ଷା ବ୍ୟବସ୍ଥା, ଋଣ ଗ୍ରସ୍ତ ଚାଷୀଙ୍କୁ ଋଣ ମୁକ୍ତ ପାଇଁ ବ୍ୟବସ୍ଥା, ଚାଷୀକୁ ଫସଲ ବିକ୍ରିରେ ଵୋନସ, ଗରୀବ ଲୋକଙ୍କ ପାଇଁ ମାଗଣା ଇଣ୍ଟରନେଟ ବ୍ୟବସ୍ଥାଭଳି ବହୁ ଜନ ହିତକର ପଦକ୍ଷେପ ଗ୍ରହଣ କରିଛନ୍ତି। ମହିଳା ସଶକ୍ତିକରଣ ଓ ସୁରକ୍ଷାରେ ବିଶ୍ୱ ସ୍ତରୀୟ ମାନ୍ୟତା ହାସଲ ଭଳି କେରଳ ବହୁ ଐତିହାସିକ ସଫଳତା ପାଇବାରେ ବିଜୟନ ହେଉଛନ୍ତି ମୁଖ୍ୟ ବିନ୍ଧାଣି। ବିଜେପି ପରିଚାଳିତ ରାଜ୍ୟ ସରକାର ଗୁଡ଼ିକ ବିକାଶ ଓ ସୁଶାନ କ୍ଷେତ୍ରରେ କେରଳ ତୁଳନାରେ ବହୁ ପଛରେ।ଏପରିକି କିଛି କ୍ଷେତ୍ରରେ କେନ୍ଦ୍ର ସରକାର ଅପେକ୍ଷା ଉତକୃଷ୍ଟ କାର୍ଯ୍ୟ କରିବାରେ ସକ୍ଷମ ହୋଇଛି।ତେଣୁ କେରଳବାସୀ ବାରମ୍ବାର ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସିପିଏମ ଓ ଏହାର ନେତୃତ୍ୱକୁ ବଦନାମ କରିବା ଓ ଜେଲର ଭୟ ଦେଖାଇ ପାର୍ଟିକୁ ଦୁର୍ବଳ କରି କେରଳ କ୍ଷମତା ଦଖଲ କରିବା ସହିତ ସାରା ଦେଶରେ ବିଜେପିର ସାମ୍ପ୍ରଦାୟିକ ରାଜନୀତି ଓ କର୍ପୋରେଟର ସପକ୍ଷବାଦୀ ନୀତି ରହିବା ପାଇଁ ସତର୍କ କରାଯାଇଛି।ଆଜି କମାପଲି ଛକରେ ଆୟୋଜିତ ପ୍ରତିବାଦ ସଭାରେ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା, ବିଦ୍ୟାଧର ଜେନା, ବିଷ୍ଣୁ ପ୍ରିୟା ସାହୁ, ବାପିନି ନାୟକ, ବିଜୟ ବିଶୋଇ, ବାବୁଲି ନାୟକ, ଲୋକନାଥ ଖୁଣ୍ଟିଆ, ଗୋପାଳ ପାଣିଗ୍ରାହୀ, ଗୋକୁଳ ତ୍ରିପାଠୀ, ହରି ନାହାକ, ରାଜରାଓ, ଚିଟିବାବୁ, ଅଜିତ ପାଣିଗ୍ରାହୀ, ମଧୁ ବେହେରା, କାଳି ମିଶ୍ର, ରଞ୍ଜନ ପାତ୍ର ପ୍ରମୁଖ ନେତୃବୃନ୍ଦ ବକ୍ତବ୍ୟ ରଖିଥିଲେ।
ବିଜୟନଙ୍କ ଘରେ ରାଜନୈତିକ ଉଦ୍ୟେଶ ପ୍ରଣୋଦିତ ED ତଲାସୀର ପ୍ରତିବାଦ





