ଓଡ଼ିଶା ମାଟିର ସୁଯୋଗ୍ୟ କନ୍ୟା ତଥା ପୂର୍ବତନ ଆଇଏଏସ୍ ଅଧିକାରୀ ଶ୍ରୀମତୀ ସୁଜାତା ରାଉତଙ୍କ ବିଜୁ ଜନତା ଦଳରେ ଯୋଗଦାନ ରାଜ୍ୟର ପ୍ରଗତିଶୀଳ ରାଜନୀତିକୁ ଆହୁରି ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ ବ୍ୟକ୍ତିଗତ ଭାବେ ସୌଜନ୍ୟମୂଳକ ସାକ୍ଷାତ କରି ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଦଳକୁ ସଶକ୍ତ କରିବା ଓ ଜନସେବାର କାର୍ଯ୍ୟକୁ ଅଧିକ ବ୍ୟାପକ କରିବା ପାଇଁ ଶୁଭକାମନା ଜଣାଇଥିଲେ।ଏହି ସାକ୍ଷାତକାର ପରସ୍ପର ବିଶ୍ୱାସ, ସଂଗଠନ ପ୍ରତି ପ୍ରତିବଦ୍ଧତା ଓ ଓଡ଼ିଶାର ସ୍ୱାର୍ଥକୁ ସର୍ବୋପରି ରଖି କାର୍ଯ୍ୟ କରିବାର ସାମୂହିକ ସଂକଳ୍ପର ଏକ ସଶକ୍ତ ପ୍ରତିଫଳନ ଥିଲା। ଦଳର ଆଦର୍ଶ, ଶୃଙ୍ଖଳା ଓ ବିକାଶମୂଳକ ଦୃଷ୍ଟିଭଙ୍ଗୀ ସହ ଅଭିଜ୍ଞତା ଏବଂ ନୂତନ ନେତୃତ୍ୱର ସମନ୍ୱୟ ନିଶ୍ଚିତ ଭାବେ ଓଡ଼ିଶାର ବିକାଶ ଯାତ୍ରାକୁ ଆହୁରି ଗତିଶୀଳ କରିବ।
ଶ୍ରୀମତୀ ସୁଜାତା ରାଉତଙ୍କୁ ବିଜୁ ଜନତା ଦଳରେ ଯୋଗଦାନ ରାଜ୍ୟର ପ୍ରଗତିଶୀଳ ରାଜନୀତିକୁ ଆହୁରି ସୁଦୃଢ଼ କରିବ





