ଆଗକୁ ପଞ୍ଚାୟତ ନିର୍ବାଚନ କୁ ଦୂର୍ଷ୍ଟି ରଖି ଖଲ୍ଲିକୋଟ ନିର୍ବାଚନ ବିଜେପି ପକ୍ଷରୁ ବିଶାଳ କର୍ମୀ ସମ୍ମିଳନୀ

Pradeep Kar

ଖଲ୍ଲିକୋଟ :କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୧୨ ବର୍ଷ ଓ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାରର ୨ ବର୍ଷ ପୂର୍ତ୍ତି ଅବସରରେ ଖଲ୍ଲିକୋଟରେ ଅନୁଷ୍ଠିତ ହୋଇଛି ବିଶାଳ କର୍ମୀ ସମ୍ମିଳନୀ। ଆଗକୁ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଆମ ସରକାର ଗତ ଦୁଇ ବର୍ଷ ରେ କରିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଅବଗତ କରିବା ସହ ଆଗକୁ ପଞ୍ଚାୟତ ନିର୍ବାଚନ ପାଇଁ ସଜାଗ ରହିବାକୁ ପରାମର୍ଶ ଦେଇଥିଲେ l ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ ପ୍ରସିଦ୍ଧ ମା’ ନାରାୟଣୀ ପୀଠରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ଆୟୋଜିତ ହୋଇଥିଲା ବିଶାଳ କର୍ମୀ ସମ୍ମିଳନୀ। ଏହି ସମ୍ମିଳନୀ ହଜାର ହଜାର ବିଜେପି କର୍ମୀ ଯୋଗ ଦେଇଥିଲେ l କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ୧୨ ବର୍ଷର ଶାସନ ଏବଂ ରାଜ୍ୟରେ ମୋହନ ମାଝୀ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରାଜ୍ୟ ସମ୍ପାଦକ ପୃଥ୍ୱୀରାଜ ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ସେହିପରି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ଓବିସି ମୋର୍ଚ୍ଚା ଉପାଧ୍ୟକ୍ଷ କାଳୁରାମ ମହାରଣା, ଯୁବ ବିଜେପି ନେତା ପ୍ରଦୀପ୍ତ କୁମାର ପଟ୍ଟନାୟକ, ମନୋଜ କୁମାର ପ୍ରଧାନ, ବରିଷ୍ଠ ନେତା ସକଳେଶ୍ଵର ଦାଶ, ପଦ୍ମ ଚରଣ ସୁବୁଦ୍ଧି, ନିରଞ୍ଜନ ନାୟକ, ମଣ୍ଡଳ ସଭାପତି ମିଟୁ ସ୍ୱାଇଁ, ପଙ୍କଜ ମାଝୀ,ଅଶୋକ କୁମାର ଦଳାଇ,କାର୍ତ୍ତିକ ପ୍ରଧାନଙ୍କ ସମେତ ବହୁ ନେତୃବୃନ୍ଦ ଯୋଗଦେଇଥିଲେ। ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଏବଂ ବହୁ ସଂଖ୍ୟକ ଦଳୀୟ କର୍ମୀ ଓ ସମର୍ଥକଙ୍କ ଉପସ୍ଥିତିରେ ସଭାସ୍ଥଳ ଉତ୍ସାହମୟ ହୋଇଉଠିଥିଲା।ଏହି ବିଶାଳ କର୍ମୀ ସମ୍ମିଳନୀ ରେ ସାବୁଳିଆ ପଞ୍ଚାୟତ ର ଶତାଧିକ ମହିଳା ଓ ପୁରୁଷ ବିଜେପି ଦଳରେ ସାମିଲ ହୋଇଥିଲେ I ଆଗାମୀ ଦିନରେ ସଂଗଠନକୁ ଆହୁରି ସୁଦୃଢ଼ କରିବା ସହ ସରକାରଙ୍କ ଜନକଲ୍ୟାଣମୂଳକ ଯୋଜନାକୁ ଘରେ ଘରେ ପହଞ୍ଚାଇବା ଉପରେ ଏହି କର୍ମୀ ସମ୍ମିଳନୀରେ ଗୁରୁତ୍ୱାରୋପ କରାଯାଇଥିଲା।

Also Read

Tags