ବ୍ରହ୍ମପୁର : ବ୍ରହ୍ମପୁରର ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳର ସଭାପତି ଶ୍ରୀ ବିକ୍ରମ କୁମାର ପଣ୍ଡାଙ୍କୁ ୧୦ ମାସ ୧୦ ଦିନ ପରେ ମାନ୍ୟବର ଅଦାଲତଙ୍କ ପକ୍ଷରୁ ଜାମିନ ମଞ୍ଜୁର ହୋଇଛି। ଆଜି ସନ୍ଧ୍ୟା ୬ଟା ୩୦ ମିନିଟ୍ ସମୟରେ ଶ୍ରୀ ପଣ୍ଡା ଜେଲରୁ ବାହାରିବା ସମୟରେ ବିଜୁ ଜନତା ଦଳର ହଜାର ହଜାର ସଂଖ୍ୟାରେ କର୍ମୀ ଓ ସମର୍ଥକଙ୍କ ଭଲପାଇବା ଏବଂ ଉତ୍ସାହ ଦେଖିବାକୁ ମିଳିଥିଲା। ଶ୍ରୀ ବିକ୍ରମ କୁମାର ପଣ୍ଡାଙ୍କୁ ଦେଖିବା ଓ ସାକ୍ଷାତ କରିବା ପାଇଁ ଲୋକଙ୍କ ମନରେ ଥିବା ଅପାର ଭଲପାଇବା ଏହି ଅବସରରେ ପ୍ରକାଶ ପାଇଥିଲା। ତାଙ୍କୁ ଘେରି ହଜାର ହଜାର ସମର୍ଥକଙ୍କ ଉପସ୍ଥିତି ଏକ ବିଶାଳ ଜନସମାଗମର ରୂପ ନେଇଥିଲା। ଏଵଂ ଘରେ ମାଆ ମଧ୍ୟ ଶଙ୍ଖ ଫୁଙ୍କି ପୁଅ ବିକ୍ରମକୁ ସ୍ୱାଗତ କରିଥିଲେ, ବିକ୍ରମ ପଣ୍ଡା ମଧ୍ୟ ମାଆ ଏଵଂ ବାପା ଏଵଂ ରାଜନୀତି ଗୁରୂ ମାନଙ୍କ ଠାରୁ ଆଶୀର୍ବାଦ ନେଇଥିଲେ I
ବିକ୍ରମ ପଣ୍ଡାଙ୍କ ଘର ବାହୁଡ଼ା, କର୍ମୀଙ୍କ ମଧ୍ୟରେ ଉତ୍ସାହ ଓ ଜନ ସମୁଦ୍ର





