ସହରତଳି କମିଟିର ବଡ଼ ସଫଳତା: ୧୪ ପଞ୍ଚାୟତର ବିଏମସିରେ ମିଶ୍ରଣ ପାଇଁ ରାଜ୍ୟ ସରକାର ଜନଗଣନା ନିର୍ଦ୍ଦେଶକଙ୍କୁ ଚିଠି ଲେଖିଲେ

Pradeep Kar

ବ୍ରହ୍ମପୁର, ତା. ୦୪.୦୯.୨୦୨୬: ବ୍ରହ୍ମପୁର ସହରତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ଦୀର୍ଘ ୧୨ ବର୍ଷର ଲଗାତାର ସଂଘର୍ଷ ପରେ ଶେଷରେ ବଡ଼ ସଫଳତା ମିଳିଛି। ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରଥମ ଥର ପାଇଁ ଆମ ଦାବିକୁ ଗୁରୁତ୍ୱ ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବୋଲି କ୍ରିୟାନୁଷ୍ଠାନ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ କହିଛନ୍ତି। ସୂଚନାଯୋଗ୍ୟ ଯେ ଫାଇଲ ନଂ ଏଚୟୁଡି-ଇଏଲଇ-ଏମ୍ଆଇଏସସି-00୭୪ – ୨୦୨୬, ଚିଠି ନଂ. ୨୧୧୨୬, ତା. ୨୪.0୭.୨0୨୬ ରେ ଗୃହ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀ ଶୁଭେନ୍ଦୁ କୁମାର ସାହୁ ଜନଗଣନା ନିର୍ଦ୍ଦେଶକ, ଓଡ଼ିଶା ଙ୍କୁ ସ୍ପଷ୍ଟ ଲେଖିଛନ୍ତି ଯେ ବ୍ରହ୍ମପୁର ସହରତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ଦାବିପତ୍ର ଆମର ପ୍ରାପ୍ତ ହୋଇଛି। ଯେଉଁଥିରେ ୧୪ ଗୋଟି ପଞ୍ଚାୟତକୁ ବିଏମସି ରେ ମିଶ୍ରଣ ନିମନ୍ତେ ଚୂଡ଼ାନ୍ତ ବିଜ୍ଞପ୍ତି ଶୀଘ୍ର ପ୍ରକାଶ କରିବା ପାଇଁ ଅନୁରୋଧ କରାଯାଇଛି। ଏହି ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ କଲେ ଜନଗଣନା-୨୦୨୭ ରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ସେଥିରେ ଉଲ୍ଲେଖ କରାଯାଇଛି। ଅଧିକନ୍ତୁ,ଏହି ପରିପ୍ରେକ୍ଷୀରେ ବିଭାଗ ଜନଗଣନା ନିର୍ଦ୍ଦେଶକଙ୍କୁ ସ୍ପଷ୍ଟୀକରଣ ସକଶେ ୨ଟି ପ୍ରଶ୍ନ ପଚାରିଛନ୍ତି – ୧) ଫ୍ରିଜ୍ ଅବଧିରେ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ କଲେ ଜନଗଣନା-୨୦୨୭ ରେ ପ୍ରତିକୂଳ ପ୍ରଭାବ ପଡ଼ିବ କି? ୨) ଏଥିରେ ଆପଣଙ୍କର ଆପତ୍ତି ଅଛି କି? ଏଥିରୁ ଏହା ପ୍ରମାଣ କରୁଛି ଯେ ରାଜ୍ୟ ସରକାର ଆମ ଦାବିକୁ ଗ୍ରହଣ କରିଛନ୍ତି। ପୂର୍ବରୁ ସରକାର କହୁଥିଲେ ଫ୍ରିଜ୍ ପିରିୟଡ ବାଧା, ଏବେ ନିଜେ ସ୍ପଷ୍ଟୀକରଣ ମାଗିଛନ୍ତି। ଏ ସମ୍ବନ୍ଧରେ କମିଟି ସଭାପତି ଶ୍ରୀ ସଞ୍ଜୀବ କୁମାର ପଟ୍ଟନାୟକ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଦୀର୍ଘ ୧୨ ବର୍ଷର ନିରନ୍ତର ସଂଘର୍ଷ , ତପସ୍ୟା ଓ ତ୍ୟାଗ ପରେ ଏହା ଆମର ପ୍ରଥମ ବିଜୟ। ଅତିରିକ୍ତ ଶାସନ ସଚିବ ଶ୍ରୀ ଶୁଭେନ୍ଦୁ କୁମାର ସାହୁଙ୍କୁ ଅଶେଷ ଧନ୍ୟବାଦ। ଜନଗଣନା ନିର୍ଦ୍ଦେଶକ ଏହାକୁ ବିଚାର କରି ତୁରନ୍ତ ଏନଓସି ଦେବେ ବୋଲି କମିଟି ଆଶା କରୁଛି । ଜନ ଗଣାନା ନିର୍ଦ୍ଦେଶକଙ୍କ ଅନୁମତି ପାଇବାର ୭ ଦିନ ମଧ୍ୟରେ ଵିଭାଗ ଫାଇନାଲ ନୋଟିଫିକେସନ୍ ଜାରି କରିବ ବୋଲି କମିଟି ସଭାପତି ସ୍ପଷ୍ଟ କରିଛନ୍ତି। ଲୋଚାପଡ଼ା, ହଳଦିଆପଦର, ଜଗଦଳପୁର, ଦକ୍ଷିଣପୁର ସମେତ ୧୪ଆ ପଞ୍ଚାୟତର ୩ ଲକ୍ଷ ଲୋକ ଲାଇଟ୍, ଡ୍ରେନ୍, ପାଣି ଭଳି ମୌଳିକ ସୁବିଧା ପାଇବା ନିମନ୍ତେ ଯନ୍ତ୍ରଣା ଭୋଗୁଛନ୍ତି। ତେଣୁ ମିଶ୍ରଣ ସପକ୍ଷରେ ସମସ୍ତେ ଅପେକ୍ଷାରତ ଓ ବିକାଶ ନେଇ ଆଶାବାଦୀ ଥିବା କମିଟି କହିଛି। ତେଣୁ ଖୁବ୍ ଶୀଘ୍ର ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ କରନ୍ତୁ। ସେହିପରି ବିଏମସି ୧୪ ପଞ୍ଚାୟତକୁ ଆଗାମୀ ନିର୍ବାଚନ ଓ ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟରେ ସାମିଲ କରନ୍ତୁ ବୋଲି କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ ଏକ ପ୍ରେସ ବିବୃତିରେ କହିଛନ୍ତି।ସଞ୍ଜୀବ କୁମାର ପଟ୍ଟନାୟକସଭାପତି, ବ୍ରହ୍ମପୁର ସହରତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି I

Also Read

Tags