ଭବାନୀପାଟଣାସ୍ଥିତ ସର୍କିଟ୍ ହାଉସ୍ଠାରେ କଳାହାଣ୍ଡି ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଜିଲ୍ଲା ସଭାପତି ଶ୍ରୀ ଯୁଗଳ କିଶୋର ପୋଡ଼ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ଆଗାମୀ ‘ସେବା ସଙ୍କଳ୍ପ ଅଭିଯାନ’ର ବିଭିନ୍ନ କାର୍ଯ୍ୟକ୍ରମ, ପ୍ରସ୍ତୁତି ଓ ଆୟୋଜନ ସମ୍ପର୍କରେ ସୂଚନା ଦିଆଯାଇଛି। ଆସନ୍ତା ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଏକ ମାସ ଧରି ଏହି ଅଭିଯାନ ଚାଲିବ। ଏହି ଅବସରରେ ରକ୍ତଦାନ ଶିବିର, ସ୍ୱଚ୍ଛତା ଅଭିଯାନ, ଜନସଚେତନତା କାର୍ଯ୍ୟକ୍ରମ ସହ ଯୁବ ଓ ମହିଳାଙ୍କ ସହଭାଗିତାରେ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜନ ନେଇ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୨୫ ବର୍ଷର ସାର୍ବଜନୀନ ଜୀବନ ଓ ସେବା ଯାତ୍ରାକୁ ସ୍ମରଣ କରିବା ସହ ଅଭିଯାନକୁ ତୃଣମୂଳସ୍ତରରେ ସଫଳ କରିବା ପାଇଁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦିଆଯାଇଛି। କଳାହାଣ୍ଡି ଜିଲ୍ଲା ବିଜେପି ପକ୍ଷରୁ ଭବାନୀପାଟଣା ସର୍କିଟ୍ ହାଉସ୍ଠାରେ ଆୟୋଜିତ ହୋଇଥିଲା ସାମ୍ବାଦିକ ସମ୍ମିଳନୀ। ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ମିଳନୀରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଧର୍ମଗଡ଼ ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପଟ୍ଟଯୋଶୀ, ରାଜ୍ୟ ଉପସଭାପତି ଶ୍ରୀ ଭବେନ୍ଦ୍ର ପଣ୍ଡାଙ୍କ ସମେତ ଜିଲ୍ଲାର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ। ସେପ୍ଟେମ୍ବର ୧୭ରୁ ଆରମ୍ଭ ହେବାକୁ ଥିବା ‘ସେବା ସଙ୍କଳ୍ପ ଅଭିଯାନ’ର ପ୍ରସ୍ତୁତି ଓ ବିଭିନ୍ନ କାର୍ଯ୍ୟକ୍ରମ ନେଇ ସମ୍ମିଳନୀରେ ସବିଶେଷ ସୂଚନା ଦିଆଯାଇଥିଲା। ଅଭିଯାନ ମାଧ୍ୟମରେ ଜନସମ୍ପର୍କ ବୃଦ୍ଧି ସହ ସେବାମୂଳକ କାର୍ଯ୍ୟକୁ ତୃଣମୂଳସ୍ତରରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
କଳାହାଣ୍ଡିରେ ବିଜେପି ସାମ୍ବାଦିକ ସମ୍ମିଳନୀ, ‘ସେବା ସଙ୍କଳ୍ପ ଅଭିଯାନ’ ନେଇ ପ୍ରସ୍ତୁତି





