ଆଜି ତା- ୦୫/୧୦/୨୦୨୬ରିଖ ଦିବା ୧୧ ଘଣ୍ଟା ସମୟରେ ଗଞ୍ଜାମ ଜିଲ୍ଲା ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ବ୍ରହ୍ମପୁର ନେହେରୁ ନଗର ସ୍ଥିତ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ କିର୍ତ୍ତନ ଦାସ ଙ୍କ ସଭାପତିତ୍ବରେ ହୋଇଥିଲା। ମୁଖ୍ୟ ଅତିଥି ଗଞ୍ଜାମ ଜିଲ୍ଲା BJP ସଭାପତି ଶ୍ରୀ ସରୋଜ ସାବତ ଏବଂ ମୁଖ୍ୟ ବକ୍ତା ଗଞ୍ଜାମ ଜିଲ୍ଲା BJP ସାଧାରଣ ସଂପାଦକ ଶ୍ରୀ ଗୋୖରୀ ଶଙ୍କର ସାମନ୍ତରାୟ, ସମ୍ମାନନୀୟ ଅତିଥି ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ବନମାଳୀ ସେଠୀ, ଗଞ୍ଜାମ ଜିଲ୍ଲା BJP କୋଷାଧ୍ୟକ୍ଷ ତଥା ବ୍ରହ୍ମପୁର ବିଧାୟକ ପ୍ରତିନିଧି ଶ୍ରୀ ପ୍ରଦୀପ କୁମାର ନାୟକ, ସମ୍ମାନନୀୟ ଅତିଥି ଖେଳରତ୍ନ ତଥା BJP ବରିଷ୍ଠ ନେତା ଅଶୋକ କୁମାର ନିମାଇଁ, ସମ୍ମାନନୀୟ ଅତିଥି SC ମୋର୍ଚ୍ଚା ସାଧାରଣ ସଂପାଦକ ଶ୍ରୀ ମନୋଜ କୁମାର ସେଠୀ ଓ ରାଜେନ୍ଦ୍ର କୁମାର ଦାସ ମଞ୍ଚାସିନ ଥିଲେ। ନୂତନ ଭାବେ ପଦାଧିକାରୀ ଉପସଭାପତି ସମସ୍ତ ସମ୍ପାଦକ, ସମସ୍ତ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଓ ପଦାଧିକାରୀଙ୍କୁ ପୁଷ୍ପଗୁକ୍ତ ଓ ଉପତଙ୍କନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ମଞ୍ଚରେ ମନୋଜ ସେଠୀ ମଞ୍ଚ ପରିଚାଳନା କରିଥିଲେ। ଗଞ୍ଜାମ ଜିଲ୍ଲାରୁ ପ୍ରାୟ SC ମୋର୍ଚ୍ଚା ର ବହୁ ପଦାଧିକାରୀ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।
ଗଞ୍ଜାମ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ନୂତନ ପଦାଧିକାରୀ ସମ୍ବର୍ଦ୍ଧିତ





